ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା
କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ କରି ପଶ୍ଚିମ ଓଡିଶାର ମହାନ ସଂସ୍କୃତିକୁ ନୂଆଖାଇକୁ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଡଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ l ଉକ୍ତ ପ୍ରଦର୍ଶନୀରେ ଭାରତରୁ ଶ୍ରୀ ସାହୁଙ୍କ ସମେତ ତାଇଓ୍ବାନ, ଚାଇନା, ଜାପାନ, କାନାଡ଼ା,ଇଟାଲୀ, ରୁଷିଆ,ସାଉଥ କୋରିଆ,ଅଷ୍ଟ୍ରେଲିଆ, ନେଦରଲାଣ୍ଡ ପ୍ରମୁଖ ଦଶଟି ଦେଶରୁ ଶିଳ୍ପୀମାନେ ଭାଗନେଇ ଆଶୀର୍ବାଦ (Blessing) ଶୀର୍ଷକ ବାଲୁକା କଳା ପ୍ରଦର୍ଶନ କରିଥିଲେ l
ଏହି ଅବସରରେ ଶ୍ରୀ ସାହୁ ତାସକେଣ୍ଡି ଫୁଲ ଓ କୁରେଇ ପତ୍ରରେ ସୁସଜ୍ଜିତ ଏକ ଆଶୀର୍ବାଦ ମୁଦ୍ରା ସହ ସାରିଆଁ ଧାନ କେଣ୍ଡା ଧରି ନୂଆଖାଇ ଜୁହାର ହେଉ ଥିବା ଜଣେ ଯୁବତୀଙ୍କ ଚିତ୍ର ନିଖୁଣ ଭାବରେ ଅଙ୍କନ କରିଥିଲେ l ପଶ୍ଚିମ ଓଡିଶାର ମହାନ ସଂସ୍କୃତି କୁ ବିଦେଶ ମାଟିରେ ପ୍ରଦର୍ଶନ କରି ଅତ୍ୟନ୍ତ ଖୁସି ଅନୁଭବ କରିଥିବା ପ୍ରକାଶ କରିଛନ୍ତି ଓମ ପ୍ରକାଶ l ଉକ୍ତ ପ୍ରଦର୍ଶନୀଟି ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି l
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।