ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ: ଚିକିତ୍ସା ପାଇଁ ସହଯୋଗର ହାତ ବଢେଇଲା ବିଜେଡି ପ୍ରତିନିଧି ଦଳ
ଗଞ୍ଜାମ, ୨୩।୭: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅରଣ ପୁର ଗ୍ରାମର ଅଭି ତରାଇଙ୍କ ପୁଅ ପିଣ୍ଟୁ ତରାଇ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। ସେ ବେଙ୍ଗାଲୁରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ତାଙ୍କୁ ଚିକିତ୍ସା ନିମନ୍ତେ ସେଠାକାର ଏକ ଘରୋଇ ମେଡିକାଲରେ ଭର୍ତ୍ତିି କରିବା ପରେ ତାଙ୍କର ବ୍ରେନ ଷ୍ଟୋକ୍ ଥିବା ଜଣାପଡିଥିଲା । ବର୍ତ୍ତମାନ ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ । ଚିକିତ୍ସା ପାଇଁ ଅଧିକ ଟଙ୍କା ଆବଶ୍ୟକ ଦୃଷ୍ଟିରୁ ଅସମର୍ଥ ହୋଇ ପଡ଼ିଥିଲେ ପିଣ୍ଟୁଙ୍କ ପରିବାର । ସେଠାରେ ଏକ ସପ୍ତାହ ଧରି ଚିକିତ୍ସିତ ହେବା ପରେ ବିଶାଖାପାଟଣା ଓ ପରେ ଭୁବନେଶ୍ୱର ମେଡିକାଲକୁ ନିଆଯିବା ବାଟରେ ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଗଞ୍ଜାମ ଏନଏସି ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଜୟଶ୍ରୀ ଛକ ଠାରେ ଅସୁସ୍ଥ ପିଣ୍ଟୁଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆହୁରି ଅଧିକ ସହଯୋଗର ହାତ ବଢେଇଛି ବିଜେଡି ପ୍ରତିନିଧି ଦଳ। ଏଥିସହ ଅସୁସ୍ଥ ପିଣ୍ଟୁଙ୍କ ନିଜ ଗାଁ ଅରଣ ପୁର ଗାଁକୁ ଯାଇ ତାଙ୍କ ପରିବାର ସହ ଆଲୋଚନା କରିଛନ୍ତି ପ୍ରତିନିଧି ଦଳ। ପ୍ରତିନିଧି ଦଳରେ ଏନଏସି ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ପୂର୍ବତନ ଉପନଗରପାଳ ନୀଳାଞ୍ଚଳ ବାରିକି, ବିଜେଡି ଯୁବ ନେତା ବିଭୁତି ପଲାଇ, ଟୋନି ପଣ୍ଡା, ଧରଣୀ ସାହୁ, ଗଙ୍ଗା ରାଉଳ, ପପୁ ପଣ୍ଡା, ଉମା ଶଙ୍କର ମାହାନ୍ତି, ପ୍ରଭାତ ସାହୁ, ପପୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।