ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

Jul 23, 2026 - 12:26
ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି ପ୍ରାୟ ୧୨ଟା ୩୦ରେ ପରଲୋକ ଘଟିଛି। ବୁଧବାର ପୂର୍ବାହ୍ନରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ୍ୟୁଶଯ୍ୟା ନିକଟରେ ୪ ପୁଅ, ୬ ଝିଅ, ଜ୍ବାଇଁ, ନାତି, ନାତୁଣୀ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।
ଖବରପାଇ ମହାକାଳପଡ଼ା ବିଧାୟକ ଡ.ଦୁର୍ଗା ପ୍ରସନ୍ନ ନାୟକ, ବରିଷ୍ଠ ଭାଜପା ନେତା ଭୂବନ ମୋହନ ଜେନା, ରାଜ୍ୟ ଭାଜପା ଉପସଭାପତି ବିଷ୍ଣୁ ଦାସ, କେନ୍ଦ୍ରାପଡ଼ା କ୍ରେଡିଟ ସମବାୟ ବ୍ୟାଙ୍କ ସଭାପତି ପ୍ରମୋଦ କୁମାର ସାହୁ, ଯୁବ ନେତା ରାଜେଶ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ଖବରଦାତା ସଞ୍ଜୟ ଦାସ, ଅଶୋକ କୁମାର ସ୍ବାଇଁ, ବିରଞ୍ଚି ନାରାୟଣ ଦାସ, ଲକ୍ଷ୍ମୀକାନ୍ତ ସ୍ବାଇଁ , ସୁବାସ ସ୍ବାଇଁ , କଳ୍ପତରୁ ସାମଲ, ଭାଜପା ସଂଯୋଜକ ସରୋଜ କାନ୍ତ ସାହୁ , ସରପଞ୍ଚ ଅରବିନ୍ଦ ଜେନା, ଶିକ୍ଷାବିତ୍‌ ବିଜୟ କୁମାର ଜେନା ଓ ମନୋଜ ପାତ୍ର ପ୍ରମୁଖ ସମବେଦନା ଜଣାଇଛନ୍ତି। ସୁନ୍ଦରୀ ସ୍ବାଇଁ ଜଣେ ଧର୍ମପରାୟଣା ମହିଳା ଥିଲେ। ସେ ଜୀବନକାଳ ଭିତରେ  ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଭତ୍ତା ଟଙ୍କା ଗ୍ରହଣ କରି ନ ଥିଲେ । ତାଙ୍କର ଏହି ମହାନତା କାର୍ଯ୍ୟକୁ ଅଞ୍ଚଳବାସୀ ଝୁରି ହେଉଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।