ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

Jul 23, 2026 - 10:49
ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ ମହାପ୍ରଭୁ ବଳଭଦ୍ରଙ୍କୁ ବଳରାମ ବେଶରେ ସଜ୍ଜିତ କରାଯାଇଥିଲା। ବଡ଼ ପଣ୍ଡା ଅଚ୍ୟୁତ ପଣ୍ଡା ଓ କାଳୁଚରଣ ପଣ୍ଡା ଠାକୁରଙ୍କୁ ବେଶ କରାଇଥିଲେ। ଚନ୍ଦ୍ରକାନ୍ତ ପଣ୍ଡା ଓ ମାନସ କୁମାର ପଣ୍ଡା ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର କମିଟି ସଭାପତି ସମୀର କୁମାର ପାଢ଼ୀ,ଉପ ସଭାପତି ସଞ୍ଜୟ କୁମାର ଆଚାର୍ଯ୍ୟ, ସମ୍ପାଦକ ଅରୁଣ କୁମାର ଷଢଙ୍ଗୀଙ୍କ ସହ ସମସ୍ତ ପରିଚାଳନା କମିଟି ସଦସ୍ୟ ପରିଚାଳନା କରିଥଲେ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।