ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍ ଗ୍ରାଣ୍ଟ୍ କଲେଜକୁ ସରକାର ଦେବେ ଟଙ୍କା
ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଶୁକ୍ରବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ପଷ୍ଟିକରଣ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରଫେସନାଲ ଓ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ପାଇଁ ନାମଲେଖା ଫି ଦେବାକୁ ପଡ଼ିବ। ଏହା ବ୍ୟତୀତ ଅନ୍ୟସବୁ ସରକାରୀ ଶିକ୍ଷାନୁଷ୍ଠାନରେ ମାଗଣା ଶିକ୍ଷାଦାନ ନୀତି ଲାଗୁ ହେବ। ବ୍ଲକ୍ ଗ୍ରାଣ୍ଟ କଲେଜରେ ପଢ଼ୁଥିବା ପିଲାଙ୍କ ପାଇଁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ସରକାର ଟଙ୍କା ଦେବେ। ସେହି ଶିକ୍ଷାନୁଷ୍ଠାନରେ ପିଲା ମାଗଣାରେ ପଢ଼ିବେ। ପିଲା ଦିଅନ୍ତୁ କି ସରକାର; କଲେଜ ଟଙ୍କା ପାଇଲେ ଗଲା ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସେହିପରି ଚଳିତ ଶିକ୍ଷାବର୍ଷରେ ଟଙ୍କା ଦେଇ ନାମଲେଖାଇ ସାରିଥିବା ପିଲାଙ୍କ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ମାଗଣା ଶିକ୍ଷାଦାନ ଘୋଷଣା ପୂର୍ବରୁ ପିଲାମାନେ ନାମଲେଖାଇ ସାରିଛନ୍ତି। ଫି’ ଦାଖଲ କରିଥିବା ଛାତ୍ରୀଛାତ୍ରଙ୍କୁ ସମସ୍ତ ଟଙ୍କା ଫେରସ୍ତ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।