ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି
ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି ଯୋଗାଇ ଦିଆଯିବ ବୋଲି ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଲା ନାଏକ ପ୍ରକାଶ କରିଛନ୍ତି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ଶହଶହ ତ୍ରୁଟିକୁ ନେଇ ଅଡୁଆରେ ପଡିଥିବା ସରକାର ଶେଷରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ଭୁଲ ପୁସ୍ତକକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ସମେତ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଥିଲା। ଶେଷରେ ନୂଆ ବହି ଦେବାକୁ ସରକାର ଘୋଷଣା କରିଛନ୍ତି ।
ସ୍କୁଲ ଓ ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାଏକ କହିଛନ୍ତି ଯେ, ଚଳିତ ଶିକ୍ଷା ବର୍ଷରେ ହିଁ ଛାତୀଛାତ୍ର ନୂଆ ପୁସ୍ତକରେ ପାଠ ପଢ଼ିବେ । ନୂଆ ପୁସ୍ତକ ପହଞ୍ଚିବା ପର୍ଯ୍ୟନ୍ତ ସଂଶୋଧିତ ପୁସ୍ତକ ଜରିଆରେ ପିଲା ପାଠ ପଢ଼ିବେ । ତ୍ରୁଟି ଶୁନ୍ୟ ପାଠ୍ୟ ପୁସ୍ତକ ପାଇଁ ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ ମତାମତ ନିଆଯିବ ବୋଲି ସେ କହିଛନ୍ତି। ଏପରିକି ଗଣଶିକ୍ଷା ବିଭାଗର ୱେବସାଇଟରେ ସଂଶୋଧିତ ତାଲିକା ପ୍ରକାଶ କରାଯିବ । ସମ୍ପୂର୍ଣ୍ଣ ସଂଶୋଧନ ପରେ ନୂଆ ବହି ଯୋଗାଇ ଦେବେ ସରକାର ।
Dharitri – Odisha’s No.1 Odia Daily