ଗଞ୍ଜେଇ ପରିବହନ କରିବା ପାଇଁ ବସ୍କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…
ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ ଭାବେ ଗଞ୍ଜେଇ ପରିବହନ କରିବା ପାଇଁ ବସ୍କୁ ଅପେକ୍ଷା କରିଥିଲେ ମୋହନା ପଞ୍ଚାୟତର ରାଣୀ ବୀର(୨୧) ଓ ମହାରାଷ୍ଟ୍ରର ବିଶାଲ ଏସ ପାୱାର( ୪୬) । ପୋଲିସ ସେମାନଙ୍କୁ ସନ୍ଦେହ କରି ବ୍ୟାଗ ତନଖିବା ବେଳେ ସେଥିରୁ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଥିଲା । ସ୍ଥାନୀୟ ତହସିଲଦାର ଚକ୍ରଧର ପାଢ଼ୀଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ତାହା ୪୪ କିଲୋ ହୋଇଥିଲା। ଗଞ୍ଜେଇ ଚୋରାଚାଲାଣରେ ସଂପୃକ୍ତ ତଥା ଗିରଫ ଦୁଇଜଣଙ୍କୁ ଗଞ୍ଜେଇ ଆଣି ଦେଇଥିବା କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ଗ୍ରାମର ରସାନନ୍ଦ ନାୟକ ( ୩୬)କୁ ଅଡ଼ବା ଅଞ୍ଚଳରୁ ପୋଲିସ ଗିରଫ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି । ଏହି କାରବାରରେ ୧୫୦/୨୬ ରେ ମାମଲା ରୁଜୁ କରି ଆଉ କେଉଁମାନେ ଜଡ଼ିତ ଅଛନ୍ତି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।