ଗଛରେ ଝୁଲୁଛି କଲରା ପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

Jul 07, 2026 - 14:51
ଗଛରେ ଝୁଲୁଛି କଲରା ପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରା ପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ ଝୁଲାଇ ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ କେଉଁ ପରିସ୍ଥିତିରେ ବାଘର ମୃତ୍ୟୁ ହେଲା ସେନେଇ କୌଣସି ସଠିକ୍ ପ୍ରମାଣ ମିଳାପାରି ନାହିଁ । ସ୍ଥାନୀୟ ଲୋକେ ପ୍ରଥମେ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟ ଏକ ଗଛରେ କଲରା ପତରିଆ ବାଘ ଝୁଲୁଥିବା ନେଇ ଦେଖିଥିଲେ । ଏହାପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘର ମୃତଦେହ ଉଦ୍ଧାର କରିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।