ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ବିଭାଗରେ ନୂତନ ବୈଷୟିକ ପଦବୀ ନିଯୁକ୍ତି

Jul 14, 2026 - 09:51
ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ବିଭାଗରେ ନୂତନ ବୈଷୟିକ ପଦବୀ ନିଯୁକ୍ତି

ଭୁବନେଶ୍ୱର,୧୪।୭(ବନ୍ଦନା ସେଠୀ): ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀ ନିଯୁକ୍ତି କରାଯିବ । ଔଷଧ ସେବନ ଓ ବିତରଣ ବ୍ୟବସ୍ଥା ପାଇଁ ନୂତନ ୧୧୦୮ ଫାର୍ମାସିଷ୍ଟ ଅଧିକାରୀ ପଦବୀ, ଆଖି ସ୍ବାସ୍ଥ୍ୟର ଯତ୍ନ ପାଇଁ ୨୩୮ ଅପ୍‌ଥାଲ୍‌ମିକ ଅଫିସର ଏବଂ ରୋଗର ଠିକ୍‌ ଚିହ୍ନଟ ଓ ପରୀକ୍ଷଣ ପ୍ରକ୍ରିୟା ନିମନ୍ତେ ୩୮୦ ମେଡିକାଲ ଲ୍ୟାବ୍‌ ଟେକ୍ନିସିଆନ ପଦବୀରେ ନିଯୁକ୍ତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପଦବୀଗୁଡିକୁ ଅର୍ଥ ବିଭାଗର ମଞ୍ଜୁରୀ ମିଳିସାରିଛି।

ଏହି ସମସ୍ତ ପଦବୀ ଆଗାମୀ ଦିନରେ ନିୟମିତ ପ୍ରକ୍ରିୟା ମାଧ୍ୟମରେ ସ୍ବଚ୍ଛତାର ସହ ପୂରଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ମେଡିକାଲରେ କର୍ମଚାରୀଙ୍କ ଅଭାବ ଦୂର କରିବା ଏବଂ ରୋଗୀଙ୍କୁ ବିନା କୌଣସି ଅସୁବିଧାରେ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ମୂଳ ଲକ୍ଷ୍ୟ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।