କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

Jul 30, 2026 - 23:11
କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫ ମି.ମି. ରହିଛି। ବର୍ଷା ଯୋଗୁ ଜିଲାର କୋରାପୁଟ, ଲମତାପୁଟ, କୁନ୍ଦୁରା, ବୋରିଗୁମ୍ମା, ବୈପାରିଗୁଡ଼ା, ନନ୍ଦପୁର ଓ ଦଶମନ୍ତପୁର ବ୍ଲକ ଆଦି ୭ ବ୍ଲକରେ ୮ଟି ଘର ଭାଙ୍ଗିଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାପଡ଼ିଛି। ଜିଲାରେ ବର୍ଷା ଜନିତ ପରିସ୍ଥିତି ନେଇ ପ୍ରଶାସନ ନଜର ରଖିଥିବା ଜଣାପଡ଼ିଛି।

ଗୁରୁବାର ବୋରିଗୁମ୍ମା ବ୍ଲକରେ ସର୍ବାଧିକ ୧୧୧.୬ ମି.ମି. ବର୍ଷା ରେକର୍ଡ ହୋଇଛି। କୁନ୍ଦୁରାରେ ୯୨.୫ ମିମି, କୋଟପାଡ଼ରେ ୯୦.୦ ମି.ମି., ବୈପାରିଗୁଡ଼ାରେ ୫୮.୦ ମି.ମି. ଓ ଜୟପୁରରେ ୫୭.୨ ମିମି ବର୍ଷା ହୋଇଛି।

ନନ୍ଦପୁରରେ ୪୧.୦ ମି.ମି., ଦଶମନ୍ତପୁରରେ ୩୫.୦ ମି.ମି., ଲମତାପୁଟରେ ୩୩.୧ ମି.ମି., କୋରାପୁଟରେ ୩୨.୨ ମି.ମି., ପଟ୍ଟାଙ୍ଗିରେ ୨୮.୬ ମି.ମି., ବୈପାରିଗୁଡ଼ାରେ ୨୪.୪ ମିମି, ସେମିଳିଗୁଡ଼ାରେ ୨୩.୧ ମିମି, ଲକ୍ଷ୍ମୀପୁରରେ ୧୫.୪ ମିମି ଓ ନାରାୟଣପାଟଣାରେ ସର୍ବନିମ୍ନ ୧୨.୪ ମିମି ବର୍ଷା ହୋଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।