କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ
କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS) ବିଭାଗ ଦ୍ବୟଙ୍କ ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟସ୍ଥ ପରିସରରେ ଶତାଧିକ ଛାତ୍ରମାନଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଛି। ଇତ୍ୟାବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ, ଇରାଜୀ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଅଶ୍ୱିନ କୁମାର ପଟ୍ଟନାୟକ, ଗଣିତ ବିଭାଗର ଅଧ୍ୟାପକ ପ୍ରସନ୍ନ କୁମାର ସାହୁ, YRC ସଂଯୋଜକ ଅଧ୍ୟାପକ ରାଇ ଇମୋହନ , NSS ସଂଯୋଜକ ଅଧ୍ୟାପକ ମଣି ରଣାଙ୍କ ସମେତ ଅନେକ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ। ଏହି ଅବସରରେ ଅଧ୍ୟକ୍ଷ, ‘ହାତଟିଏକୁ ଗଛଟିଏ’ର ଭାବନାକୁ ବାସ୍ତବତାରେ ରୂପାୟଣ କରିବାକୁ ଆହ୍ବାନ ଦେବା ସହ ପ୍ରକୃତିର ପ୍ରକୃତିକତାକୁ ଜୀବନ୍ତ କରି ରଖୁବା ଆମର ପରମ ଧର୍ମ ତଥା ନୈତିକ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।