କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

Jul 04, 2026 - 18:09
କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ମାସ ପରେ ନିର୍ବାଚନ ହେବାର ସଙ୍କେତ ମିଳିବା ପରେ ବିଜେଡି ପକ୍ଷରୁ ତପ୍ତରତା ପ୍ରକାଶ ପାଇ ଥିବାରୁ ଶନିବାର ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ବିଜେଡି ପକ୍ଷରୁ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ଜିଲା ଏସ୍‌ସି ସେଲ ସଭାପତି ପ୍ରଶାନ୍ତ ନାଏକଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲା ଯୁବ ସଭାପତି ଅବିନାଶ ଠାକୁର, ଜିଲା ସମ୍ପାଦକ ଶିଶିର ପରିଡ଼ା (ଶିଲୁ) ରାଜ୍ୟ ଯୁବ ଉପସଭାପତି ମନୀନ୍ଦ୍ର ମହାନ୍ତି, କେସିଙ୍ଗା ଟାଉନ ବିଜେଡି ସଭାପତି ତଥା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ପୂର୍ବତନ ଟାଉନ ସଭାପତି ରମେଶ ପଟ୍ଟନାୟକ, ବିଜେଡି ନେତା ନଳୀନ ପଟ୍ଟନାୟକ, ସୁରେଶ ମହାନନ୍ଦ, ଉତ୍ତର ମହଲାଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି ଆଗାମୀ ପୌର ନିର୍ବାଚନରେ କିଭଳି ବିଜେଡିର ବିଜୟ ହେବ ସେନେଇ ବିସ୍ତୃତ ଆଲୋଚନା କରିଥିଲେ।

Dharitri – Odisha’s No.1 Odia Daily

The post କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ appeared first on Dharitri Odia News.