କେସିଙ୍ଗାରେ ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ସମ୍ପନ୍ନ: ସହାୟତା କଲେ ବିଧାୟକ
କେସିଙ୍ଗା,୧୭।୭(ତୁମେଶ୍ୱର ସାହୁ): ତୁହାକୁ ତୁହା ବର୍ଷା ସତ୍ତ୍ୱେ କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇଯାଇଛି। କେସିଙ୍ଗା ବ୍ଲକର ସିର୍ଜା ପାଳି ଓ ବେଲଖଣ୍ଡି ଗ୍ରାମରେ ଅନୁଷ୍ଠିତ ରଥଯାତ୍ରାକୁ ନର୍ଲା ବିଧାୟିକା ମନୋରମା ମହାନ୍ତି ଗସ୍ତ କରି ଥିଲେ। ସିର୍ଜା ପାଳି ଗ୍ରାମରେ ଅନୁଷ୍ଠିତ ରଥଯାତ୍ରା ଯାତ୍ରାରେ ଯୋଗଦେଇ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦର୍ଶନ କରି ରଥ ଟାଣି ଥିଲେ। ମହାପ୍ରଭୁଙ୍କ ନିକଟରେ ଅଞ୍ଚଳ ବିକାଶ, ଜନସାଧାରଣଙ୍କ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ଅଞ୍ଚଳବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ସିର୍ଜା ପାଳିରେ ନୂତନ ରଥ ନିର୍ମାଣ ପାଇଁ ଆର୍ଥିକ ସହାୟତା ମଧ୍ୟ କରିଥିଲେ। ସେହିପରି କେସିଙ୍ଗା ,ବାଲସି, କାଣ୍ଡେଲ, କସୃପଡା, ତୁର୍ଲା ଖମନ, ତୁଣ୍ଡଳା, ଆଦି ଗ୍ରାମରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପାଳନ କରାଯାଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।