କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ
ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫ ବର୍ଷ ଯାଏ ପିଏମ କିଷାନ ଯୋଜନା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି। ୨୦୩୦-୩୧ ଯାଏ ପିଏମ କିଷାନ ଯୋଜନା ବଢିଲା। ମୋଟ ଆର୍ଥିକ ବ୍ୟୟ ୩.୧୫ ଲକ୍ଷ କୋଟି ଟଙ୍କା ହେବ। ଚାଷୀମାନଙ୍କୁ ଏଯାବତ ୪.୪୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ସେହିପରି ଖେଲୋ ଇଣ୍ଡିଆ ପାଇଁ ୩୬ ହଜାର କୋଟିର ବ୍ୟୟବରାଦ କରାଯାଇଛି। ଖେଲୋ ଇଣ୍ଡିଆ ଯୋଜନାକୁ ସୁଦୃଢ କରିବାକୁ ବ୍ୟୟବରାଦ ହୋଇଛି। ପ୍ରଶିକ୍ଷଣ, ସ୍ପୋଟର୍ସ ସାଇନ୍ସ ଓ ନୂତନ ଉପକରଣକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି।
ଏହାସହ ସମୁଦ୍ର ମନ୍ଥନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ୨୦୩୦-୩୧ ବର୍ଷ ପର୍ଯ୍ୟନ୍ତ ‘ସମୁଦ୍ର ମନ୍ଥନ’କୁ ମଞ୍ଜୁରୀ। କାର୍ଯ୍ୟାନ୍ବୟନ ପାଇଁ ୮୪ ହଜାର ୮୪ କୋଟି ବ୍ୟୟବରାଦ କରାଯାଇଛି। ଜାତୀୟ ଉପକୂଳ ଅନୁସନ୍ଧାନ ଯୋଜନା ହେଉଛି ‘ସମୁଦ୍ର ମନ୍ଥନ’।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।