କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର: ଏତିକି ପ୍ରତିଶତ ବୋନସ ଦେବେ ରାଜ୍ୟ ସରକାର
ଭୁବନେଶ୍ୱର, ୧୩।୭: କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ ଷ୍ଟାଫଙ୍କ ପାଇଁ ଖୁସି ଖବର। ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ।କେନ୍ଦୁପତ୍ର ମୂଲ୍ୟରେ କେରି ପିଛା ୧୦ ପଇସା, ଫାଳ ପିଛା ୨୦ ପଇସା ବୃଦ୍ଧି ।ଏଥିପାଇଁ ରାଜ୍ୟ ସରକାର ୧୦.୭୮ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ। କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ୨୫% ବୋନସ, ବନ୍ଧାଳି ଓ ସିଜନାଲ ଷ୍ଟାଫଙ୍କ ପାଇଁ ୫ % ପ୍ରୋତ୍ସାହନ ରାଶି ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ବହନ କରିବେ। ରାଜ୍ୟ ସରକାର ସମୁଦାୟ ୭୪.୭୮ କୋଟି ଟଙ୍କା ଖର୍ଚ୍ଚ କରିବେ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।