କାଳୀ ମନ୍ଦିରରୁ ଚୋରି ଘଟଣା: ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମନ୍ଦିର ପରିଚାଳନା କମିଟି ସଦସ୍ୟ, କହିଲେ…

Jul 29, 2026 - 08:03
କାଳୀ ମନ୍ଦିରରୁ ଚୋରି ଘଟଣା: ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମନ୍ଦିର ପରିଚାଳନା କମିଟି ସଦସ୍ୟ, କହିଲେ…

ଛତ୍ରପୁର, ୨୮।୭ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ ) : ଚଳିତ ବର୍ଷ ଜୁଲାଇ ୪ ତାରିଖ ମଧ୍ୟ ରାତ୍ରରେ ଗଞ୍ଜାମ ଜିଲା ତାରାସିଂ ଥାନା ଅନ୍ତର୍ଗତ ଗାଲେରି ଗ୍ରାମରେ ଥିବା ପ୍ରସିଦ୍ଧ କାଳୀ ମନ୍ଦିରରୁ ମା’ଙ୍କ ଆଭୂଷଣ ରୂପେ ଥିବା ୪୦୦ ଗ୍ରାମର ସୁନା, ୭ କେଜି ରୂପା ଓ ୫ ଲକ୍ଷ ଟଙ୍କା ଚୋରି ହୋଇଛି। ଘଟଣାକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ ଚୋରଙ୍କୁ ଗିରଫ କରି ଯାଇନଥିବାରୁ ତଦନ୍ତ ପ୍ରକ୍ରିୟା ତ୍ୱରାନୱିତ କରିବା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (ଏସପି) ହରିଶ ବି.ସି.ଙ୍କୁ ଭେଟି ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ନିବେଦନ କରିଛନ୍ତି। ଏପରିକି, ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡ ଡିସ୍କକୁ ମଧ୍ୟ ଦୁର୍ବୃତ୍ତମାନେ ଲୁଟି ନେଇଥିବା ଜଣା ପଡିଛି। ଉକ୍ତ ଘଟଣାକୁ ନେଇ ମନ୍ଦିର ପୂଜକ କାହ୍ନୁ ଶତପଥୀ ତାରାସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଣୁ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ଚୋରି ହୋଇଥିବା ସୁନା, ରୁପା ଓ ଟଙ୍କା ଉଦ୍ଧାର କରିବା ନିମନ୍ତେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଏସପିଙ୍କ ନିକଟରେ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ମନ୍ଦିର ପରିଚାଳନା କମିଟିର ଶଙ୍କର୍ଷଣ ମହାପାତ୍ର, ବସନ୍ତ କୁମାର ବେହେରା, ବିଷ୍ଣୁ ପ୍ରସାଦ ଗୌଡ଼, କାମେଶ୍ୱର ଗୌଡ଼, ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ପରିଚାଳନା କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।