କାଣ୍ଡେଲରେ ବାହୁଡା ଯାତ୍ରା, ଦ୍ୱିତୀୟ ଦିନରେ ରଥ ଟାଣିଲେ ଶ୍ରଦ୍ଧାଳୁ

Jul 25, 2026 - 21:36
କାଣ୍ଡେଲରେ ବାହୁଡା ଯାତ୍ରା, ଦ୍ୱିତୀୟ ଦିନରେ ରଥ ଟାଣିଲେ ଶ୍ରଦ୍ଧାଳୁ

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ଆୟୁର୍ବେଦିକ ସେବା ସଦନ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ବାହୁଡା ଯାତ୍ରାର ଦ୍ୱିତୀୟ ଦିନ ସମାରୋହରେ ପାଳିତ ହୋଇଯାଇଛି।

ବୈଦ୍ୟରାଜ ସଦାନନ୍ଦ ପୁଟେଲ ତିନି ବିଗ୍ରହଙ୍କ ଛେରାପହଁରା କରିଥିଲେ। ପରେ ଗୁଣ୍ଡିଚା ମନ୍ଦିରଠାରୁ ରଥକୁ ଗୋଟିଏ ପଟେ ମହିଳା ଓ ଅନ୍ୟପଟେ ପୁରୁଷ ଶ୍ରୀଜଗନ୍ନାଥ ମନ୍ଦିର ଯାଏ ଟାଣି ନେଇଥିଲେ। ଏହି ସମୟରେ ମହିଳା କୀର୍ତ୍ତନ ଦଳ, କୀର୍ତ୍ତନ, ନାଚଗୀତ ପରିବେଷଣ ହୋଇଥିଲା। ଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।