କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

Jul 02, 2026 - 13:36
କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା ଆଜି ସକାଳେ ଛାତରୁ ପଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ,ଏକ ଭଡ଼ା ଘରେ ମା’ ଝିଅ ରହୁଥିଲେ । ଝିଅ ବଲାଙ୍ଗୀର ସରକାରୀ ଆୟୁର୍ବେଦ କଲେଜ ଓ ହସ୍ପିଟାଲରେ ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରୀ ଭାବେ ପାଠ ପଢ଼ୁ ଥିଲେ । ଗୁରୁବାର ସକାଳୁ ଡାକ୍ତରୀ ଛାତ୍ରୀ ଜଣକ କଲେଜ ଯାଇଥିବା ବେଳେ ତାଙ୍କ ମାଆ ନମିତା ସାମଲ (୫୪) ଛାତ ଉପରୁ ଡେଇଁ ଆତ୍ମ ହତ୍ୟା କରିଥିବା ଜଣାପଡିଛି । ମୃତ ମହିଳାଙ୍କ ଘର ସମ୍ବଲପୁର ଜିଲା ବୁର୍ଲାରେ ହୋଇଥିବା ଜଣାପଡିଛି। ସିସି ଟିଭି ଯାଞ୍ଚ କଲେ ଆତ୍ମ ହତ୍ୟା ନା ଆଉ କେଉଁ କାରଣରୁ ଛାତରୁ ପଡିଛନ୍ତି ତାହା ଜଣାପଡ଼ିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମହିଳା ଜଣକ ହଠାତ୍ ଛାତ ଉପରୁ ତଳେ ପଡ଼ିଯିବା ପରେ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ରାସ୍ତାରେ ପଡିଥିବା ଗୁରୁତର ମହିଳାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି  ।

 

Dharitri – Odisha’s No.1 Odia Daily