କଟକରେ ଦୁର୍ଘଟଣା; ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍, ତାପରେ…
କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ । ଦୁର୍ଘଟଣାରେ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡ଼ିଛି ।ସ୍ଥାନୀୟ ଲୋକେ ଖବର ଦେଲା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାଇକ ଆରୋହୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ମେଡିକାଲକୁ ପଠାଇଛନ୍ତି ।
ବାଦାମବାଡ଼ି ଥାନା ଅଧିକାରୀ ଦେଇଥିବା ସୂଚନା ଆଧାରରେ ଆହତ ବ୍ୟକ୍ତିଙ୍କ ଘର କଟକ ଓଲଟପୁରରେ । ତାଙ୍କ ପରିବାରକୁ ଯୋଗାଯୋଗ କରାଯାଇଛି। ଦୁର୍ଘଟଣା କରିଥିବା ବସ୍ ନମ୍ବର Od33v4565 ଓ ବାଇକ ନମ୍ବର Od02ad0253 ରହିଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।