କଂଗ୍ରେସର ନିର୍ବାଚନ ମଣ୍ଡଳୀସ୍ତରୀୟ କର୍ମୀ ସମ୍ମିଳନୀ: ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟାପକ ରଣନୀତି

Jul 31, 2026 - 20:09
କଂଗ୍ରେସର ନିର୍ବାଚନ ମଣ୍ଡଳୀସ୍ତରୀୟ କର୍ମୀ ସମ୍ମିଳନୀ: ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟାପକ ରଣନୀତି

ଭବାନୀପାଟଣା,୩୧।୭(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଭାରତ ପ୍ଲେସଠାରେ ଶୁକ୍ରବାର କଂଗ୍ରେସର ଏକ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏହି ସମ୍ମିଳନୀରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟୀ କରାଇବା ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଇଛି। ଏହି ସଭାରେ ତୁର୍କେଲ ବ୍ରିଜ ନିର୍ମାଣ ପ୍ରସଙ୍ଗକୁ ନେଇ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦିଆଯାଇଛି। ଯଥାଶୀଘ୍ର ତୁର୍କେଲ ବ୍ରିଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ନ ହେଲେ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଧାୟକ ଶ୍ରୀ ଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଜିଲା କଂଗ୍ରେସ ସଂଗଠନ ଇନ୍‌ଚାର୍ଜ ଧନୁର୍ଦ୍ଧର ଗହୀରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ଯୁବ କଂଗ୍ରେସ ସଭାପତି ମହମ୍ବଦ ସାହେବ, ଛାତ୍ର କଂଗ୍ରେସ ସଭାପତି ଶୁଭମ୍ ବାରିକ, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଗତି ନାଏକ, ଭବାନୀପାଟଣା ଟାଉନ ସଭାପତି ସୁକାନ୍ତ ବିଶି, ବ୍ଲକ ସଭାପତି ସୁବାଷ ଚନ୍ଦ୍ର ପ୍ରଧାନ ଏବଂ କେସିଙ୍ଗା ବ୍ଲକ ସଭାପତି ରାହାସ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହାବ୍ୟତୀତ ଜିଲା ଉପସଭାପତି କୁଞ୍ଜ ବିହାରୀ ସାହୁ, ଜିଲା ସମ୍ପାଦକ ତିରାଣି ନାଏକ, ବିଜୟ ଦୀପ, ରମେଶ କୁମାର, ମହିଳା ନେତ୍ରୀ ସୁକାନ୍ତୀ ସରାଫ ଏବଂ କାଉନସିଲର ସଚିନ କୁମାର ନାଏକ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଏଥିରେ ଅଂଶଗ୍ରହଣ କରି ସଂଗଠନକୁ ମଜବୁତ କରିବା ପାଇଁ ଆଲୋଚନା କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।