ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

Jul 23, 2026 - 07:53
ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ ୩ଜଣ ମହିଳା (୨ଜଣ ରୋଗୀ ଓ ଜଣେ ମେଡିକାଲ କର୍ମଚାରୀ) କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି। ଏନେଇ ବୁଧବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ରାଜ୍ୟ କୋଭିଡ୍‌ ସ୍ଥିତିର ସମୀକ୍ଷା କରାଯାଇଥିଲା। ବର୍ତ୍ତମାନ କୋଭିଡ-୧୯ ସଂକ୍ରମଣ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ଜନସାଧାରଣଙ୍କୁ ଆତଙ୍କିତ ନ ହେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପରାମର୍ଶ ଦେଇଛି। ବିଭାଗର ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ଇଣ୍ଟିଗ୍ରେଟେଡ୍‌ ଡିଜିଜ୍‌ ସର୍ଭେଲାନ୍ସ ପ୍ରୋଗ୍ରାମ୍‌ ଏବଂ ଇଣ୍ଡିଆନ୍‌ କାଉନ୍ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ସ୍ବାଧୀନ ଭାବେ କୋଭିଡ୍‌-୧୯ ସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି। ଏହି ମୂଲ୍ୟାଙ୍କନରେ ସଂକ୍ରମଣର ସ୍ତର ବହୁତ କମ୍‌ ଥିବା ଜଣାପଡ଼ିଛି। ତେଣୁ ଏହି ପରିସ୍ଥିତିକୁ ନେଇ ଲୋକମାନେ ଆତଙ୍କିତ ନ ହେବାକୁ ବିଭାଗ ଅନୁରୋଧ କରିଛି। କୋଭିଡ୍‌-୧୯ ରୋଗୀଙ୍କ ନିୟମିତ ନିରୀକ୍ଷଣ, ଚିକିତ୍ସା ଏବଂ କ୍ଲିନିକାଲ୍‌ ସତର୍କତା ଭାରତ ସରକାରଙ୍କ ପ୍ରୋଟୋକଲ୍‌ ଅନୁଯାୟୀ ଜାରି ରହିଛି। ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଆବଶ୍ୟକ ପ୍ରସ୍ତୁତି ବଜାୟ ରଖିବା ସହ କୌଣସି ଅସ୍ବାଭାବିକ ସ୍ଥିତି ଦେଖାଦେଲେ ତୁରନ୍ତ ରିପୋର୍ଟ କରିବାକୁ କୁହାଯାଇଛି।

 

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।