ଏଇ ଭାରତରେ
ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ପଛରେ କାନପୁରର ବୈଭବ ରାଠୋରଙ୍କ ବଡ଼ ଭୂମିକା ରହିଛି। ସେ ୨୦୨୩ରେ ରିଭାମ୍ପ ଇଣ୍ଡିଆ ଫାଉଣ୍ଡେଶନ ଗଠନ କରି କାନପୁରର ପ୍ରାଥମିକ ସ୍କୁଲଗୁଡ଼ିକରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଜିଲା ସମେତ ପ୍ରୟାଗରାଜ ଓ ଫାରୁଖାବାଦର ୫୦-୬୦ ସ୍କୁଲରେ ୨୦-୩୦ ସ୍ବେଚ୍ଛାସେବୀ ଦ୍ୱାରା ଗଛ ଲଗାଇବା କାର୍ଯ୍ୟ ଚାଲିଛି। ଏହି ସ୍ବେଚ୍ଛାସେବୀମାନେ ପିଲାଙ୍କୁ ଗଚ୍ଛ ସମ୍ପର୍କିତ ଗଳ୍ପ ଶୁଣାଉଛନ୍ତି। ପିଲାମାନଙ୍କୁ ଗଛ ଉପରେ ଗଳ୍ପ ଓ କବିତା ଲେଖିବା ପାଇଁ ଉତ୍ସାହିତ କରାଯାଉଛି। ସ୍କୁଲରେ ମୁଖ୍ୟତଃ ଆମ୍ବ, ପିଜୁଳି, ଅଁଳା ଓ ଜାମୁ ଗଛ ଲଗାଯାଇ ତାହାର ନାମକରଣ କରାଯାଉଛି, ଏପରି କି ଶିକ୍ଷକଙ୍କ ନାମରେ ବି ରଖାଯାଇଛି। ପିଲାମାନେ ଛୋଟ ଛୋଟ ଗ୍ରୁପ୍ରେ ବିଭକ୍ତ ହୋଇ ପ୍ରତିଦିନ ଗଛରେ ପାଣି ଦେବା ସହ ତାହା ମୂଳରୁ ଘାସ ସଫା କରୁଛନ୍ତି। ପ୍ରତ୍ୟେକ ଗ୍ରୁପ ଅଧୀନରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଗଛର ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏଭଳି ପଦକ୍ଷେପ ଯୋଗୁ ଅଧିକ ଗଛ ବଞ୍ଚିପାରୁଛି। ଏହାସହ ପିଲାମାନେ ସେମାନଙ୍କ ମାତାପିତାଙ୍କ ନାମରେ ଘରେ ଗଛ ଲଗାଇ ବଢ଼ାଉଛନ୍ତି। ବିଶେଷକରି ଜନ୍ମଦିନ ଉତ୍ସବରେ ପିଲାମାନେ ଗଛ ଉପହାର ଦେଉଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।