ଏଇ ଭାରତରେ
ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ ଜଳଚର ଜୀବଙ୍କ ବାସସ୍ଥଳୀ ପାଲଟିଥିବା କୋରାଲ ରିଫ୍ ବା ଶୈବାଳ ପାଚେରି ଏବେ କ୍ଷୟ ହେବାରେ ଲାଗିଛି। ଏହାର ସୁରକ୍ଷା ଲାଗି ବୈଜ୍ଞାନିକମାନେ ପ୍ରୟାସ ଜାରି ରଖିଥିବା ବେଳେ ଦୁଇ ଜଣ ଆଇଆଇଟି ଡିଗ୍ରୀଧାରୀ ଛାତ୍ର ଜନ୍ ଟି. ମାଥାଇ ଏବଂ କନପ୍ପା ପାଲିନିପ୍ପାନ କୋରାଲ ରିଫ୍ ଶୈବାଳ ପାଚେରିର ସୁରକ୍ଷା କରିବାକୁ ଏକ ଏଆଇ ଅଣ୍ଡରଓ୍ବାଟର ରୋବୋ ନିର୍ମାଣ କରିଛନ୍ତି। ଜନ୍ ଆଇଆଇଟି ଦିଲ୍ଲୀରେ ଏବଂ କନପ୍ପା ଆଇଆଇଟି ମାଡ୍ରାସରୁ ଡିଗ୍ରୀ ହାସଲ କରିଛନ୍ତି । ସେମାନେ ୨୦୧୭ରେ କୋଚିରେ ପ୍ରତିଷ୍ଠା କରିଥିବା ଆଇ-ରୋଭ୍ ଷ୍ଟାର୍ଟଅପ୍ ମାଧ୍ୟମରେ ଏହି ସାମୁଦ୍ରିକ ରୋବୋ ବିକାଶ କରିଛନ୍ତି। ଏହା ସେମାନେ ଆଣ୍ଡାମାନ ଓ ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ ନିକଟସ୍ଥ ସମୁଦ୍ରରେ ଥିବା କୋରାଲ ରିଫ୍ର ସୁରକ୍ଷା ପାଇଁ କାମ ଆରମ୍ଭ କରିଛନ୍ତି। ପୂର୍ବେ ସମୁଦ୍ର ଗର୍ଭରେ କୋରାଲ ରିଫ୍ର ସ୍ଥିତି ଜାଣିବା ଲାଗି ଅତଳ ସମୁଦ୍ରକୁ ମଣିଷ ଯାଇ ସନ୍ଧାନ କରିବା କଷ୍ଟକର ଥିଲା। ଏବେ ଏହି ରୋବୋ ସହଜରେ ୩୦୦ ମିଟର ତଳେ ଥିବା ଗଭୀର ସାମୁଦ୍ରିକ ପରିସଂସ୍ଥା ଓ ଶୈବାଳ ପାଚେରିର ସ୍ଥିତି ସମ୍ପର୍କରେ ଅନୁସନ୍ଧାନ କରି ତଥ୍ୟ ଓ ଫଟୋ ପଠାଇପାରୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।