ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

Jul 22, 2026 - 12:51
ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଏନେଇ ବାଚସ୍ପତିଙ୍କ କାର୍ଯ୍ୟାଳୟ ଏବଂ ମିଶ୍ରଣରେ ଅଂଶଗ୍ରହଣ କରିଥିବା ୬ ଜଣ ଏମ୍‌ପିଙ୍କୁ ନୋଟିସ୍‌ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଶୁଣାଣି ଦୁଇ ସପ୍ତାହ ମଧ୍ୟରେ ହେବ।

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ୬ ଜଣ ଶିବସେନା (UBT) ଏମ୍‌ପିଙ୍କ ମିଶ୍ରଣକୁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଅନୁମୋଦନ କରିଥିଲେ। ବର୍ତ୍ତମାନ ଉଦ୍ଧବ ଠାକ୍‌ରେଙ୍କ ଶିବସେନାରେ କେବଳ ତିନି ଜଣ ଏମ୍‌ପି ଅଛନ୍ତି।

ସଞ୍ଜୟ ଦେଶମୁଖ (ଯବତମାଲ), ସଞ୍ଜୟ ଯାଦବ (ପରଭାଣୀ) ସଞ୍ଜୟ ଦିନା ପାଟିଲ (ମୁମ୍ବାଇ ଉତ୍ତର ପୂର୍ବ), ନାଗେଶ ପାଟିଲ (ହିଙ୍ଗୋଲି), ଓମ୍‌ପ୍ରକାଶ ରାଜେ ନିମ୍ବାଲକର (ଧାରାଶିଭ୍‌), ବାବୁସାହେବ ଓ୍ବାକଚେର୍‌ (ଶିରିଡ଼ି) ଅଲଗା ହୋଇଛନ୍ତି।

ଏହି ୬ ଏମ୍‌ପି ଅଲଗା ହେବା ସହିତ ଉଦ୍ଧବ ଠାକ୍‌ରେ ତାଙ୍କ ଲୋକ ସଭାରେ କେବଳ ତିନିଜଣ ଏମ୍‌ପି ରହିଛନ୍ତି। ଏଥିମଧ୍ୟରେ ଅରବିନ୍ଦ ସାଓ୍ବନ୍ତ (ମୁମ୍ବାଇ ସାଉଥ), ଅନିଲ ଦେଶାଇ (ମୁମ୍ବାଇ ସାଉଥ ସେଣ୍ଟ୍ରାଲ) ଏବଂ ରାଜଭାହା ଭେଜ (ନାଶିକ) ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।