ଆନ୍ଦୋଳନ ଭିତରେ ଆକ୍ସନ ମୋଡକୁ ଆସିଲେ ଧର୍ମେନ୍ଦ୍ର ପ୍ରଧାନ: ନେଲେ ଏହି ପଦକ୍ଷେପ, ଓଡ଼ିଶାର ସାଂସଦଙ୍କ ସହିତ…
ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ ଅଛନ୍ତି। ଏହି ସମୟରେ ଧର୍ମେନ୍ଦ୍ର ପ୍ରଧାନ ସଂସଦ ଅଧିବେଶନ ଅବସରରେ ଓଡ଼ିଶାର ସାଂସଦମାନଙ୍କ ସହିତ ରାଜ୍ୟର ବିଭିନ୍ନ ବିକାଶମୂଳକ ବିଷୟ ସହ ଲର୍ଣ୍ଣିଂ ଡିଜାବିଲିଟି ଦ୍ୱାରା ଶୀକାର ହୋଇଥିବା ପିଲାମାନଙ୍କ ପାଠପଢାରେ ସ୍ବତନ୍ତ୍ର ସହାୟତାର ଆବଶ୍ୟକତା ଉପରେ ଆଲୋଚନା କରିଛନ୍ତି। ଏହାକୁ ନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, ଜାତୀୟ ଶିକ୍ଷା ନୀତି ଅଧୀନରେ ପାଠପଢା ଶିଖିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ପିଲାମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନଟ କରିବା, ସେମାନଙ୍କୁ ସଠିକ ଉପାୟରେ ପଢ଼ାଇବା ଏବଂ ସେମାନଙ୍କ ଶିକ୍ଷାଗତ ଫଳାଫଳରେ ଉନ୍ନତି ଆଣିବା ଆମର ମୁଖ୍ୟ ଲକ୍ଷ୍ୟ ।
ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ‘ପ୍ରଶସ୍ତ’ ଆପ ମାଧ୍ୟମରେ ସ୍କୁଲଗୁଡ଼ିକରେ ଭିନ୍ନକ୍ଷମ ଓ ପାଠପଢ଼ାରେ ଅସୁବିଧା ଭୋଗ କରୁଥିବା ପିଲାମାନଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ। ସାଂସଦମାନେ ନିଜ ନିଜ ସଂସଦୀୟ କ୍ଷେତ୍ରରେ ଏହି ବିଷୟକୁ କିପରି ପ୍ରାଧାନ୍ୟ ଦେବେ, ସ୍କୁଲ ସ୍ତରରେ ସଚେତନତା ସୃଷ୍ଟି କରିବେ ଏବଂ ପ୍ରତ୍ୟେକ ପ୍ରତିଭାକୁ ମୁଖ୍ୟସ୍ରୋତରେ ଯୋଡ଼ିବେ।
ଅନ୍ୟପଟେ ଗତକାଲି CJP ଆନ୍ଦୋଳନ ଉପରେ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ଟୁଇଟ୍ କରି ଲେଖିଥିଲେ- କଂଗ୍ରେସ ନେତାଙ୍କୁ ଛାତ୍ରୀଛାତ୍ରମାନଙ୍କୁ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରୁଛ। ସେ ଏହା ମଧ୍ୟ କହିଥିଲେ ଯେ କଂଗ୍ରେସର ଉଦ୍ଦେଶ୍ୟ ଛାତ୍ରୀଛାତ୍ରଙ୍କ ପାଇଁ କୌଣସି ସମାଧାନ ବାହାର କରିବା ନଥିଲା, ବରଂ ସେମାନେ ରାଜନୈତିକ ହେଡଲାଇନ (ସୁରକ୍ଷା) ସାଉଁଟି ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଥିଲେ।
ସରକାରଙ୍କ ପକ୍ଷରୁ ବ୍ୟାପକ ଆଲୋଚନା ପାଇଁ ପ୍ରସ୍ତୁତି ସତ୍ତ୍ବେ କଂଗ୍ରେସ ଗଣତାନ୍ତ୍ରିକ ଆଲୋଚନା ପରିବର୍ତ୍ତେ ରାଜନୀତି କରୁଛି। ସେମାନଙ୍କର ଉଦ୍ଦେଶ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ସମାଧାନ ନଥିଲା, ବରଂ ରାଜନୈତିକ ଚର୍ଚ୍ଚା ସାଉଁଟିବା ପାଇଁ ଅଶାନ୍ତି ସୃଷ୍ଟି କରିବା ଥିଲା। ରାହୁଲ ଗାନ୍ଧୀଙ୍କ ପାଇଁ ଏହା ଛାତ୍ରୀଛାତ୍ରଙ୍କ ପ୍ରସଙ୍ଗ ନୁହେଁ, ଏହା ହେଉଛି ଆଲୋଚନାର ସମସ୍ତ ପଥ ଖୋଲାଥିବା ସତ୍ତ୍ୱେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିବାର ଏକ ପ୍ରସଙ୍ଗ।’
ସଂସଦ ଅଧିବେଶନ ଅବସରରେ ଓଡ଼ିଶାର ଆମ ଦଳର ସାଂସଦମାନଙ୍କ ସହିତ ରାଜ୍ୟର ବିଭିନ୍ନ ବିକାଶମୂଳକ ବିଷୟ ସହ ଲର୍ଣ୍ଣିଂ ଡିଜାବିଲିଟି ଦ୍ୱାରା ଶୀକାର ହୋଇଥିବା ପିଲାମାନଙ୍କ ପାଠପଢାରେ ସ୍ୱତନ୍ତ୍ର ସହାୟତାର ଆବଶ୍ୟକତା ଉପରେ ଆଲୋଚନା କଲୁ ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି ଅଧୀନରେ… pic.twitter.com/QYhT6DIm1A
— Dharmendra Pradhan (@dpradhanbjp) July 22, 2026
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।