ଅର୍ଦ୍ଧନିର୍ମିତ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ: ଜମି ହରାଇଥିବା ଚାଷୀଙ୍କ ହୋହଲ୍ଲା
କେସିଙ୍ଗା, ୨୮।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିରା ଗ୍ରାମ ପଞ୍ଚାୟତର କୁର୍ଲୁପଡ଼ାଠାରେ ନିର୍ମାଣାଧୀନ ଏମ୍ଏସ୍ଏମ୍ଇ (MSME) ପାର୍କକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ସନ୍ଧ୍ୟାରେ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ତେବେ ପାର୍କଟି ସମ୍ପୂର୍ଣ୍ଣ ନିର୍ମାଣ ହୋଇ ନ ଥିବା ବେଳେ ଏହାର ଉଦ୍ଘାଟନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ପ୍ରାୟ ୪୨ ବର୍ଷ ପୂର୍ବେ ପେପର୍ ମିଲ୍ ସ୍ଥାପନ ଉଦ୍ଦେଶ୍ୟରେ ପ୍ରାୟ ୧୫୦ ଜଣ ଚାଷୀଙ୍କର ୧୮୦ ଏକର ଜମି ଅଧିଗ୍ରହଣ କରାଯାଇଥିଲା। କିନ୍ତୁ ପେପର୍ ମିଲ୍ ସ୍ଥାପନ ହୋଇନଥିଲା। ବର୍ତ୍ତମାନ ସେହି ସ୍ଥାନରେ ଏମ୍ଏସ୍ଏମ୍ଇ ପାର୍କ ନିର୍ମାଣ କରାଯାଉଥିଲେ ମଧ୍ୟ କାମ ଏପର୍ଯ୍ୟନ୍ତ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ ବିଭାଗୀୟ କର୍ତ୍ତୃପକ୍ଷ ତରବରିଆ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଉଦ୍ଘାଟନ କରାଇଥିବା ଅଭିଯୋଗ ହୋଇଛି।
ଉଦ୍ଘାଟନ କାର୍ଯ୍ୟକ୍ରମ ସମୟରେ ପେପର୍ ମିଲ୍ ପାଇଁ ଜମି ହରାଇଥିବା କୁର୍ଲୁପଡ଼ା ଗ୍ରାମର ଚାଷୀମାନେ ସଭାସ୍ଥଳ ନିକଟରେ ପ୍ରବଳ ହୋହଲ୍ଲା କରିଥିଲେ। “ପେପର୍ ମିଲ୍ ହେଲା ନାହିଁ, ଆମ ଜମି ଫେରାଇ ଦିଅ” ବୋଲି ନାରାବାଜି କରି ସେମାନେ ନିଜ ଦାବି ଉପସ୍ଥାପନ କରିଥିଲେ। ଚାଷୀମାନେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଓ ଜିଲ୍ଲାପାଳ ସଚିନ ପାୱାରଙ୍କ ନିକଟରେ ମଧ୍ୟ ନିଜ ଦାବି ଜଣାଇ ଅସନ୍ତୋଷ ପ୍ରକାଶ କରିଥିଲେ। ଦାବି ପୂରଣ ନହେଲେ ପାର୍କ ନିର୍ମାଣ କାମକୁ ବିରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।
୧୯୮୩-୮୪ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପରିସରରେ ଇଡ୍କୋ ଓ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଉଦ୍ଘାଟନୀ ସଭାର ଆୟୋଜନ କରାଯାଇଥିଲା। ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ କେସିଙ୍ଗାରେ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଜିଲ୍ଲାପାଳ ସଚିନ ପାୱାର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଅବସରରେ ସାଂସଦ ମାଳବିକା ଦେବୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ’ ସ୍ୱପ୍ନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାକାର କରୁଛନ୍ତି। ଏହି ପାର୍କ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାରେ ଶିଳ୍ପାୟନ ସହ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ। ବର୍ତ୍ତମାନ ତିନିଜଣ ଉଦ୍ୟୋଗୀଙ୍କୁ ଶିଳ୍ପ ସ୍ଥାପନ ପାଇଁ ଜମି ଲିଜ୍ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଜଣେ ଉଦ୍ୟୋଗପତି ପ୍ରାୟ ୮ କୋଟି ଟଙ୍କା ବିନିଯୋଗ କରି ଗ୍ରାନାଇଟ କାରଖାନା ସ୍ଥାପନ କରିବେ ଏବଂ ଏଥିରେ ପ୍ରାୟ ୪୦ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ଦିଆଯାଇଥିଲା।
ତେବେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶେଷ ହେବା ପୂର୍ବରୁ ଜିଲ୍ଲାପାଳ ଓ ସାଂସଦ ସଭାସ୍ଥଳ ଛାଡ଼ି ଚାଲିଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସେମାନଙ୍କ ଚାଲିଯିବା ପରେ ସଭାସ୍ଥଳରେ କେବଳ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ବିଜେପିର ହୋଇଥିଲେ ମଧ୍ୟ ତାଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନଥିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।
କୁର୍ଲୁପଡ଼ା ଗ୍ରାମର ୱାର୍ଡ ସଭ୍ୟ କହିଛନ୍ତି ଯେ, ପେପର୍ ମିଲ୍ ପାଇଁ ଜମି ଅଧିଗ୍ରହଣ ବେଳେ ଲୋକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ନା ପେପର୍ ମିଲ୍ ହେଲା, ନା ଲୋକଙ୍କୁ ଚାକିରି ମିଳିଲା। ତେଣୁ ଚାଷୀମାନଙ୍କୁ ନ୍ୟାୟ ନମିଳି