ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

Jul 10, 2026 - 11:50
ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା ବନ୍ଦ ପାଇଁ ଚିଠି ଲେଖିଥିଲେ ପୁରୀ ଜିଲାପାଳ। ଚିଠିରେ ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଜିଲାପାଳ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ, ଜୁଲାଇ ୧୦ରେ ରାଜସ୍ଥାନ ସିକରରେ ରଥଯାତ୍ରା ହୋଇଥାନ୍ତା। ରଥଯାତ୍ରା ରୋକିବାକୁ ଖାଟୁଶ୍ୟାମ ମଣ୍ଡଳକୁ ସିକର ତହସିଲଦାର ଅନୁରୋଧ କରିଛନ୍ତି। ସନାତନ ଧର୍ମ ଓ ପରମ୍ପରା ଅନୁଯାୟୀ ରଥଯାତ୍ରା ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।