ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

Jul 02, 2026 - 09:39
ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପରୀକ୍ଷା ନିମନ୍ତେ ଆବେଦନ କରିବା ପାଇଁ ଜୁଲାଇ ୧ ଅପରାହ୍ନ ୫ଟାରୁ ପଞ୍ଜୀକରଣ ଓ୍ୱିଣ୍ଡୋ ଜୁଲାଇ ୨୧ ରାତି ୧୧ଟା ୫୫ ମିନିଟ୍‌ ପର୍ଯ୍ୟନ୍ତ ଖୋଲା ରହିବ। ଅଗଷ୍ଟ ୩୦ରେ ଏନ୍‌ବିଇଏମ୍‌ଏସ୍‌ ଏହି ପରୀକ୍ଷା କରାଇବ। ପରୀକ୍ଷା କମ୍ପ୍ୟୁଟର ମୋଡ୍‌ରେ ହେବ ବୋଲି ଘୋଷଣା କରାଯାଇଛି। ଯୋଗ୍ୟ ପ୍ରାର୍ଥୀମାନେ ବୋର୍ଡର ଅଫିସିଆଲ ଓ୍ୱେବ୍‌ସାଇଟ natboard.edu.inକୁ ଯାଇ ଏନ୍‌ଇଇଟି-ପିଜି ୨୦୨୬ ଆବେଦନପତ୍ର ପୂରଣ କରି ଦାଖଲ କରିପାରିବେ। କେଉଁ ସହରରେ ପରୀକ୍ଷା ହେବ ତାହାର ସୂଚନା ଅଗଷ୍ଟ ୧୧ରେ ଜାରି କରାଯିବ। ସେପ୍ଟେମ୍ୱର ୩୦ ସୁଦ୍ଧା ଏନ୍‌ଇଇଟି-ପିଜି ଫଳାଫଳ ପ୍ରକାଶ ପାଇବ।