New Starkid: ରେନୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ, ଦେଖାଯାଉଛନ୍ତି ସ୍ମିତା ପାଟିଲଙ୍କ ଭଳି ...ଦେଖନ୍ତୁ ଫଟୋ

୧୩ ମିନିଟର ଶର୍ଟ ଫିଲ୍ମ 'ସୁଟ୍ଟାବାଜୀ'ରେ ନଜର ଆସିଛନ୍ତି। ଏହି ଫିଲ୍ମରେ ରେନୀ ପ୍ରମାଣ କରିଛନ୍ତି ଯେ ସେ ଜଣେ ଉତ୍ତମ ଅଭିନେତ୍ରୀ। ଆଗାମୀ ଦିନରେ ରେନୀ ଅନେକ ପ୍ରୋଜେକ୍ଟରେ ନଜର ଆସିପାରନ୍ତି।

05 September 2025 09:45 AM IST
New Starkid: ରେନୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ, ଦେଖାଯାଉଛନ୍ତି ସ୍ମିତା ପାଟିଲଙ୍କ ଭଳି ...ଦେଖନ୍ତୁ ଫଟୋ

୧୩ ମିନିଟର ଶର୍ଟ ଫିଲ୍ମ 'ସୁଟ୍ଟାବାଜୀ'ରେ ନଜର ଆସିଛନ୍ତି। ଏହି ଫିଲ୍ମରେ ରେନୀ ପ୍ରମାଣ କରିଛନ୍ତି ଯେ ସେ ଜଣେ ଉତ୍ତମ ଅଭିନେତ୍ରୀ। ଆଗାମୀ ଦିନରେ ରେନୀ ଅନେକ ପ୍ରୋଜେକ୍ଟରେ ନଜର ଆସିପାରନ୍ତି।

ଅଭିନେତ୍ରୀ ସୁସ୍ମିତା ସେନ ଜଣେ ସିଙ୍ଗଲ ମଦର ଅଟନ୍ତି। ସେ ତାଙ୍କର ଦୁଇ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ସେମାନଙ୍କର ଭଲ ଭାବେ ଦାୟିତ୍ବ ନେଇଛନ୍ତି ସୁସ୍ମିତା । ଗୁରୁବାର ଦିନ ତାଙ୍କର ବଡ଼ ଝିଅ ରେନୀ ସେନଙ୍କର ଜନ୍ମଦିନ ଥିଲା

ଏହି ବିଶେଷ ଅବସରରେ ସୁସ୍ମିତା ସେନ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସେ ନିଜର ହୃଦୟର କଥାକୁ ବହୁତ ସୁନ୍ଦର ଭାବେ ପ୍ରକାଶ କରିଛନ୍ତି। ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା, ମୋର ପ୍ରଥମ ପ୍ରେମ। ତୁମେ ଈଶ୍ୱରଙ୍କର ସବୁଠାରୁ ମନୋହର ଉପହାର, ଯିଏ ମୋ ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଇଛି। ତୁମେ ସମସ୍ତଙ୍କ ଉପରେ ବର୍ଷାଉଥିବା ସେହି ପ୍ରେମ ତୁମକୁ ମିଳୁ। ତୁମର ସମସ୍ତ ସ୍ୱପ୍ନ ପୂରଣ ହେଉ। ଏହା ତୁମର ବର୍ଷ, ମୋର ଶୋନା। ମୁଁ ତୁମ ଉପରେ ସବୁବେଳେ ଗର୍ବ କରିବି। ସବୁବେଳେ ଜିତିବ। ଏହା ପାର୍ଟି ସମୟ! ତୁମେ ମୋର ସବୁଠାରୁ ଭଲ ଝିଅ

ସୁସ୍ମିତା ସେନଙ୍କର ଝିଅ ରେନୀ ତାଙ୍କ ମାଙ୍କ ପରି ପ୍ରତିଭାଶାଳୀ। ସେ ୧୩ ମିନିଟର ଶର୍ଟ ଫିଲ୍ମ 'ସୁଟ୍ଟାବାଜୀ'ରେ ନଜର ଆସିଛନ୍ତି। ଏହି ଫିଲ୍ମରେ ରେନୀ ପ୍ରମାଣ କରିଛନ୍ତି ଯେ ସେ ଜଣେ ଉତ୍ତମ ଅଭିନେତ୍ରୀ। ଆଗାମୀ ଦିନରେ ରେନୀ ଅନେକ ପ୍ରୋଜେକ୍ଟରେ ନଜର ଆସିପାରନ୍ତି। ସୁଷ୍ମିତା ସେନ ଦୁଇ ଝିଅଙ୍କୁ ଆଡପ୍ଟ କରିଥିଲେ। ସେ ୨୦୦୦ ମସିହାରେ ରେନୀଙ୍କୁ ପୋଷ୍ୟ ସନ୍ତାନ ଭାବେ ନେଇଥିଲେ, ଆଉ ଅଲିଶା ୨୦୧୦ ମସିହାରେ ତାଙ୍କ ପରିବାରର ଅଂଶ ହୋଇଥିଲେ। ସୁସ୍ମିତା ୨୦୨୪ ମସିହାରେ ଓ୍ୱେବ ସିରିଜ୍ 'ଆର୍ଯା ୩'ରେ ନଜର ଆସିଥିଲେ। ଏହା ଏକ ଜନପ୍ରିୟ ସିରିଜ୍, ଯାହାର ତିନୋଟି ଭାଗ ଏଯାଏ ରିଲିଜ ହୋଇଛି।

ରେନୀଙ୍କ ଫଟୋରେ ଅନେକ ଲୋକ କମେଣ୍ଟ କରୁଛନ୍ତି । ତାଙ୍କର ସୌନ୍ଦର୍ଯ୍ୟର ପ୍ରଶଂସା କରୁଛନ୍ତି । ଅନେକ ତାଙ୍କୁ ସ୍ମିତା ପାଟିଲଙ୍କ ସହ ତୁଳନା କରୁଛନ୍ତି । 

Disclaimer: This content has been automatically aggregated from television for informational purposes. To read the original article, please visit television.