Netanyahu Washington visit: ଟ୍ରମ୍ପଙ୍କ ସହ ଆଲୋଚନା ପାଇଁ ୱାସିଂଟନରେ ନେତାନ୍ୟାହୁ

Jul 28, 2026 - 22:13
Netanyahu Washington visit: ଟ୍ରମ୍ପଙ୍କ ସହ ଆଲୋଚନା ପାଇଁ ୱାସିଂଟନରେ ନେତାନ୍ୟାହୁ

"ୱାସିଂଟନ: ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ମଙ୍ଗଳବାର ଆମେରିକା ଗସ୍ତରେ ଆସିଛନ୍ତି।

ଏହି ଗସ୍ତ ସମୟରେ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହ୍ୱାଇଟ୍‌ ହାଉସ୍‌ରେ ବୈଠକ କରିବେ।

ଇରାନ ସହ ଯୁଦ୍ଧ ପରବର୍ତ୍ତୀ ପରିସ୍ଥିତି, ମଧ୍ୟପ୍ରାଚ୍ୟର ସୁରକ୍ଷା ଓ ଆଞ୍ଚଳିକ ସ୍ଥିରତା ଏହି ବୈଠକର ପ୍ରମୁଖ ପ୍ରସଙ୍ଗ ହେବ।Advertisment ଆମେରିକା ଯିବା ପୂର୍ବରୁ ନେତାନ୍ୟାହୁ କହିଛନ୍ତି ଯେ, ଟ୍ରମ୍ପଙ୍କ ସହ ଆଲୋଚନାରେ ଇରାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିବ।

ଇରାନର ପରମାଣୁ କାର୍ଯ୍ୟକ୍ରମ, କ୍ଷେପଣାସ୍ତ୍ର କ୍ଷମତା ଓ ତେହେରାନ ସମର୍ଥିତ ସଶସ୍ତ୍ର ଗୋଷ୍ଠୀମାନଙ୍କ କାର୍ଯ୍ୟକଳାପ ନେଇ ଉଭୟ ନେତା ଆଲୋଚନା କରିପାରନ୍ତି।

ଇସ୍ରାଏଲ ଚାହୁଛି, ଇରାନ ବିରୋଧରେ ଆମେରିକାର ଚାପ ଜାରି ରହୁ।

ଏହା ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ପରଠାରୁ ଉଭୟ ନେତାଙ୍କ ଅଷ୍ଟମ ସାକ୍ଷାତ୍‌।

ତେବେ ନିକଟ ଅତୀତରେ ଇରାନ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ କିଛି ମତଭେଦ ଥିବା ଖବର ପ୍ରକାଶ ପାଇଥିଲା।

ଟ୍ରମ୍ପ କୂଟନୈତିକ ପଦକ୍ଷେପକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ନେତାନ୍ୟାହୁ ଇରାନ ବିରୋଧରେ କଠୋର ସୁରକ୍ଷା ନୀତି ଜାରି ରଖିବା ସପକ୍ଷରେ ଅଛନ୍ତି।

ବୈଠକରେ ଗାଜା ପରିସ୍ଥିତି, ଲେବାନନ ସୀମାର ସୁରକ୍ଷା ଓ ଯୁଦ୍ଧ ପରବର୍ତ୍ତୀ ମଧ୍ୟପ୍ରାଚ୍ୟର ବ୍ୟବସ୍ଥାକୁ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

ଗାଜାରେ ସ୍ଥିରତା ଫେରାଇବା ପାଇଁ ଆନ୍ତର୍ଜାତିକ ବ୍ୟବସ୍ଥା ଓ ସୁରକ୍ଷା ସହଯୋଗ ପ୍ରସଙ୍ଗ ମଧ୍ୟ ଉଠିପାରେ।

ଏହି ଗସ୍ତ ନେତାନ୍ୟାହୁଙ୍କ ପାଇଁ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ଇସ୍ରାଏଲରେ ଆଗାମୀ ନିର୍ବାଚନ ପୂର୍ବରୁ ସେ ଆମେରିକା ସହ ଘନିଷ୍ଠ ସମ୍ପର୍କ ଓ ନିରାପତ୍ତା ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଚାହୁଛନ୍ତି।

ସେହିପରି ମଧ୍ୟପ୍ରାଚ୍ୟର ବଦଳୁଥିବା ପରିସ୍ଥିତିରେ ଆମେରିକା-ଇସ୍ରାଏଲ ସମନ୍ୱୟକୁ ନେଇ ଏହି ବୈଠକ ଉପରେ ଆନ୍ତର୍ଜାତିକ ମହଲର ନଜର ରହିଛି। d "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।