Nepal's Next PM: ଜେନ-ଜିଙ୍କ ପସନ୍ଦ ବାଲେନ ଶାହ, ଭାରତରେ ପାଠପଢା...କିନ୍ତୁ ଭାରତୀୟ ଫିଲ୍ମକୁ କରିଥିଲେ ବ୍ୟାନ୍
ଭାରତରେ ପାଠପଢା, କିନ୍ତୁ ଭାରତୀୟ ଫିଲ୍ମକୁ କରିଥିଲେ ବ୍ୟାନ୍ । ଜାଣନ୍ତୁ କିଏ ଏହି ବାଲେନ୍ଦ୍ର ଶାହ, ଯିଏ ବର୍ତ୍ତମାନ ନେପାଳର ନ୍ୟାସନାଲ ଫିଗର । ଯାହାଙ୍କୁ ପ୍ରଧାନମନ୍ତ୍ରୀ ବନାଇବାକୁ ଚାହାଁନ୍ତି ଜେନ-ଜି ? ,
ଭାରତରେ ପାଠପଢା, କିନ୍ତୁ ଭାରତୀୟ ଫିଲ୍ମକୁ କରିଥିଲେ ବ୍ୟାନ୍ । ଜାଣନ୍ତୁ କିଏ ଏହି ବାଲେନ୍ଦ୍ର ଶାହ, ଯିଏ ବର୍ତ୍ତମାନ ନେପାଳର ନ୍ୟାସନାଲ ଫିଗର । ଯାହାଙ୍କୁ ପ୍ରଧାନମନ୍ତ୍ରୀ ବନାଇବାକୁ ଚାହାଁନ୍ତି ଜେନ-ଜି ? ,
ଜେନ-ଜି ଆନ୍ଦୋଳନର ନିଆଁରେ ଜଳୁଛି ନେପାଳ । ଦେଶରୁ ଛତ୍ରଭଙ୍ଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ପଦରୁ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ଏବେ ଯୁବ ମେୟର ବାଲେନ୍ଦ୍ର ଶାହା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଜୋର ଧରିଛି ଚର୍ଚ୍ଚା । ବାଲେନ୍ଦ୍ର ଓରଫ୍ ବାଲେନ ଶାହଙ୍କୁ ପିଏମ୍ କରିବାକୁ ଦାବି କରୁଛନ୍ତି ଯୁବପିଢି ।
ବାଲେନ ଶାହଙ୍କୁ ନେପାଳ ଯୁବପିଢିଙ୍କ ରୋଲ୍ ମଡେଲ କହିଲେ ଭୁଲ୍ ହେବନି । ୩୫ ବର୍ଷୀୟ ବାଲେନ ଏବେ କାଠମାଣ୍ଡୁ ମେୟର ଅଛନ୍ତି । ରାଜନୀତିରେ ଏଣ୍ଟ୍ରି ପୂର୍ବରୁ ସେ ଜଣେ ରାପର୍ ଥିଲେ ।
ସବୁ ନେତା ଚୋର । ସେମାନେ ଦେଶକୁ ଲୁଟୁଛନ୍ତି, ଦେଶକୁ ଖାଇଯାଉଛନ୍ତି ବୋଲି ଦିନେ ଗୀତରେ ଗୀତରେ ଗାଇଥିଲେ ବାଲେନ ଶାହ । ଦୁର୍ନୀତି, ଅନ୍ୟାୟ, ଅସମାନତା ବିରୋଧରେ ସବୁବେଳେ ଗୀତ ମାଧ୍ୟମରେ ସ୍ୱର ଉଠାଉଥିଲେ । ଯୁବଗୋଷ୍ଠୀ ହିଁ ପରିବର୍ତ୍ତନ କରିପାରିବେ ବୋଲି କହୁଥିଲେ ।
୨୦୨୨ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି କାଠମାଣ୍ଡୁ ମେୟର ହୋଇଥିଲେ ବାଲେନ ଶାହ । ସୋସିଆଲ ମିଡିଆରେ ନେପୋ କିଡ୍ଙ୍କ ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନର ସେ ଥିଲେ ସୂତ୍ରଧର । ଜେନ-ଜି ଆନ୍ଦୋଳନରେ ସିଧାସଳଖ ସାମିଲ ନଥିଲେ ବି ଦୃଢ ସମର୍ଥନ ଦେଇଥିଲେ । ବର୍ତ୍ତମାନ ଏହି ୩୫ ବର୍ଷୀୟ ଯୁବନେତାଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ଯୁବପିଢି ।
ବାଲେନ ଶାହ ଭାରତରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ସେ କର୍ଣ୍ଣାଟକ ବିଶ୍ୱେଶ୍ୱରାୟ ଟେକ୍ନୋଲୋଜିକାଲ ୟୁନିଭସିଟିରେ ସିଭିଲ ଇଞ୍ଜିନିୟରିଂ ଛାତ୍ର ଥିଲେ । ୨୦୨୩ରେ ଭାରତୀୟ ଫିଲ୍ମ ଆଦିପୁରୁଷକୁ କାଠମାଣ୍ଡୁରେ ବ୍ୟାନ୍ କରି ଅଧିକ ଚର୍ଚ୍ଚାକୁ ଆସିଥିଲେ ବାଲେନ୍ । ପ୍ରଭାସଙ୍କ ଅଭିନୀତ ଆଦିପୁରୁଷର ଏକ ଡାଇଲଗ୍କୁ ବିରୋଧ କରିଥିଲେ ଯେଉଁଥିରେ ମାତା ସୀତାଙ୍କୁ ନେପାଳ ନୁହେଁ, ବରଂ ଭାରତର ଝିଅ କୁହାଯାଇଥିଲା ।
ସିଭିଲ ଇଞ୍ଜିନିୟରରୁ ରାପର୍ ଓ ପରେ ରାଜନେତା ବନିଥିବା ବାଲେନ ଶାହ ଏବେ ଓଲି ସରକାରଙ୍କ ପତନ ପରେ ଖୁବଶୀଘ୍ର ନେପାଳର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
