Nepal Violence: ନେପାଳରେ ଥମୁଛି ହିଂସା, ସାମ୍ନାକୁ ଆସୁଛି ଛାତିଥରା ଦୃଶ୍ୟ
ଜନତାଙ୍କ ଆକ୍ରୋଶରୁ ବଞ୍ଚିବାକୁ ହେଲେ, ଜୀବନକୁ ଯେ କେମିତି ବାଜିରେ ଲଗାଯାଏ, ନେପାଳରେ ଆଜି ତାର ଜ୍ୱଳନ୍ତ ନମୂନା ଦେଖିବାକୁ ମିଳିଛି। ଜଣେ ମନ୍ତ୍ରୀଙ୍କ ପରିବାରର ୩ ସଦସ୍ୟଙ୍କୁ ହେଲିକପ୍ଟର ରଶି ସାହାଯ୍ୟରେ ଉଦ୍ଧାର କରିଛି ସେନା। ସେହିଭଳି ଅନ
ଜନତାଙ୍କ ଆକ୍ରୋଶରୁ ବଞ୍ଚିବାକୁ ହେଲେ, ଜୀବନକୁ ଯେ କେମିତି ବାଜିରେ ଲଗାଯାଏ, ନେପାଳରେ ଆଜି ତାର ଜ୍ୱଳନ୍ତ ନମୂନା ଦେଖିବାକୁ ମିଳିଛି। ଜଣେ ମନ୍ତ୍ରୀଙ୍କ ପରିବାରର ୩ ସଦସ୍ୟଙ୍କୁ ହେଲିକପ୍ଟର ରଶି ସାହାଯ୍ୟରେ ଉଦ୍ଧାର କରିଛି ସେନା। ସେହିଭଳି ଅନ୍ୟ ଏକ ଭିଡିଓରେ ଆଉ ଜଣେ ମନ୍ତ୍ରୀଙ୍କ ପରିବାରର କିଛି ସଦସ୍ୟଙ୍କୁ ଏକ ଖୋଲା ବାସ୍କେଟ ସାହାଯ୍ୟରେ ଉଦ୍ଧାର କରି, ସୁରକ୍ଷିତ ସ୍ଥାନକୁ ନେଇଛି ନେପାଳୀ ସେନା।
ସମୟ ଥିଲା, ମନ୍ତ୍ରୀ ଓ ନେତା ହିସାବରେ ବିମାନରେ ଉଡ଼ି ଉଡ଼ି ବୋର ହେଉଥିଲେ, କିନ୍ତୁ ଏବେ ଏମିତି ସମୟ ଆସିଲା ଯେ ପଦ ଓ ପଦବୀ ଥାଇ ବି ଜୀବନ ବଞ୍ଚାଇବାକୁ ହେଲିକଟପରରୁ ରଶି ଖଣ୍ଡେ ବି ମିଳୁନି। ନେପାଳରେ ସରକାର ବିରୋଧୀ ବିକ୍ଷୋଭ, ଆନ୍ଦୋଳନ ଓ ହିଂସା ଭିତରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ। ସେପଟେ ହିଂସା ଓ ଅରାଜକତା ଭିତରେ, ଏବେ କିଏ ହେବେ ନେପାଳ ଅନ୍ତରୀଣ ସରକାରର ମୁଖିଆ, ତାକୁ ନେଇ ଏପର୍ଯ୍ୟନ୍ତ ଜେନ୍ Z ଗୋଷ୍ଠୀ ଭିତରେ ସହମତି ଆସିପାରିନି।
ଜନତାଙ୍କ ଆକ୍ରୋଶରୁ ବଞ୍ଚିବାକୁ ହେଲେ, ଜୀବନକୁ ଯେ କେମିତି ବାଜିରେ ଲଗାଯାଏ, ନେପାଳରେ ଆଜି ତାର ଜ୍ୱଳନ୍ତ ନମୂନା ଦେଖିବାକୁ ମିଳିଛି। ଆଜିକୁ ୪ ଦିନ ଧରି ଜଳୁଥିବା ନେପାଳରୁ ଆସିଛି ହୃଦୟକୁ ଥରାଇଦେବା ଭଳି ଚିତ୍ର। ଦୁଇ ଦିନ ତଳେ ନେପାଳର ଜେନ୍ Z ଗୋଷ୍ଠୀ ଦେଶର ସମସ୍ତ ପ୍ରମୁଖ ପ୍ରତିଷ୍ଠାନରେ ପୋଡ଼ାଜଳା ଆଉ ଦେଶର ଟପ୍ ନେତା, ମନ୍ତ୍ରୀ ଓ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବିଚ୍ ରାସ୍ତାରେ ଅସହାୟ କରିଦେବା ପରେ ଆନ୍ଦୋଳନକାରୀଙ୍କ କବଳରୁ ବର୍ତ୍ତିଯିବାକୁ ଏ ପ୍ରାଣମୁର୍ଛା ଉଦ୍ୟମ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୁଇଟି ଭିଡିଓରେ କେମିତି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ନେପାଳର ଦୁଇ ମନ୍ତ୍ରୀଙ୍କ ପରିବାର, ତାହା ଦେଖିବାକୁ ମିଳୁଛି। ଏମାନଙ୍କୁ ଉତ୍ୟକ୍ତ ଜନତାଙ୍କ କବଳରୁ ଉଦ୍ଧାର କରିବାକୁ ଏହି ତରିକା ଆପଣାଇଛି ନେପାଳ ସେନା। ଜଣେ ମନ୍ତ୍ରୀଙ୍କ ପରିବାରର ୩ ସଦସ୍ୟଙ୍କୁ ହେଲିକପ୍ଟର ରଶି ସାହାଯ୍ୟରେ ଉଦ୍ଧାର କରିଛି ସେନା। ସେହିଭଳି ଅନ୍ୟ ଏକ ଭିଡିଓରେ ଆଉ ଜଣେ ମନ୍ତ୍ରୀଙ୍କ ପରିବାରର କିଛି ସଦସ୍ୟଙ୍କୁ ଏକ ଖୋଲା ବାସ୍କେଟ ସାହାଯ୍ୟରେ ଉଦ୍ଧାର କରି, ସୁରକ୍ଷିତ ସ୍ଥାନକୁ ନେଇଛି ନେପାଳୀ ସେନା। ତେବେ ନେପାଳର ମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ଭଳି ଅଣସାମରିକ ଲୋକଙ୍କୁ ଯେଉଁ ଢଙ୍ଗରେ ଉଦ୍ଧାର କରିଛି, ସେ ଦୃଶ୍ୟ ଦେଖିଲା ବିଚଳିତ ହୋଇଛି ସମଗ୍ର ବିଶ୍ବ।
ନେପାଳରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଦେଶବ୍ୟାପୀ ଉଗ୍ରରୂପ ନେବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ଏବଂ ନେପାଳ ସେନା ହାତରେ ଶାସନ କ୍ଷମତା ପରେ ଅପେକ୍ଷାକୃତ ଶାନ୍ତ ପଡିଛି ପରିସ୍ଥିତି। ଏପଟେ ଦେଶର ଏ ଘଡ଼ିଶନ୍ଧି ମୁହୁର୍ତ୍ତରେ ମଧ୍ୟବର୍ତ୍ତିକାଳୀନ ସରକାରର କିଏ ହେବେ ମୁଖ୍ୟ, ତାକୁ ନେଇ ଛିଡୁନି ଅଙ୍କ। ଜେନ୍ Z ଆନ୍ଦୋଳନକାରୀଙ୍କ ଗୋଟିଏ ଗୋଷ୍ଠୀ ଦେଶର ପୂର୍ବତନ ମୁଖ୍ୟ ବିଚାରପତି ସୁଶିଳା କାର୍କ୍କିଙ୍କ ନାଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ କାଠମାଣ୍ଡୁ ମେୟର ବଳେନ୍ଦ୍ର ଶାହଙ୍କୁ ଯୋଗ୍ୟ ବୋଲି ଯୁକ୍ତି ବାଢୁଥିଲେ। କିନ୍ତୁ ଏହା ଭିତରେ ଏବେ ତୃତୀୟ ବ୍ୟକ୍ତି ଭାବେ କୁମଲନ ଘିସିଂଙ୍କ ନାଁ ସାମ୍ନାକୁ ଆସିଛି। ନେପାଳ ଇଲେକ୍ଟ୍ରିସିଟି ଅଥରିଟି NEAର ପୂର୍ବତନ ମୁଖ୍ୟ ଥିବା ଘିସିଂ ବୃତ୍ତିରେ ଜଣେ ଇଞ୍ଜିନିୟର। ନେପାଳରେ ଏକାଦା ବିଜୁଳି ସଂକଟର ସମାଧାନ କରିଥିବା ଘିସିଂ ଏବେ ଅନ୍ତରୀଣ ସରକାରର ମୁଖ୍ୟ ହେଲେ, ଦେଶ ରାଜନୈତିକ ସଙ୍କଟରୁ ବର୍ତ୍ତିଯିବ ବୋଲି ଅନେକ ଦାବି କରିଛନ୍ତି।
ନେପାଳରେ ଏବେ ଅଶାନ୍ତ ସ୍ଥିତି ଲାଗି ଅନେକ ସ୍ଥାନରେ କର୍ଫୁ ବଳବତ୍ତର ରହିଛି। ସେ ଭିତରେ ପଶୁପତିନାଥ ଦର୍ଶନ ପାଇଁ ଓଡ଼ିଶାରୁ ଯାଇଥିବା ୨୩ ଓଡିଆ ତୀର୍ଥଯାତ୍ରୀ କାଠମାଣ୍ଡୁରେ ଫସିଛନ୍ତି। ଯାଜପୁର ମାଲଆନନ୍ଦପୁର ପଞ୍ଚାୟତର ଏ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ସେମାନଙ୍କ ସମ୍ପର୍କୀୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
