Nepal Protest: କିଏ ଏହି ସୁଦନ, ନେପାଳ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ
ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ବିରୋଧ କରି ଜେନ-ଜି ବର୍ଗର ବ୍ୟକ୍ତିବିଶେଷମାନେ ଆନ୍ଦୋଳନର ଡାକରା ଦେଇଥିଲେ। ଏହି ହିଂସାକାଣ୍ଡରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।
ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ବିରୋଧ କରି ଜେନ-ଜି ବର୍ଗର ବ୍ୟକ୍ତିବିଶେଷମାନେ ଆନ୍ଦୋଳନର ଡାକରା ଦେଇଥିଲେ। ଏହି ହିଂସାକାଣ୍ଡରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।
ସୋମବାରଠାରୁ ଅଶାନ୍ତ ହୋଇ ପଡିଛି ନେପାଳ। ସେପ୍ଟେମ୍ବର ୪ ତାରିଖରେ ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ, ୟୁଟ୍ୟୁବ ଏବଂ ଏକ୍ସ ସମେତ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନେପାଳ ସରକାର ନିଷେଧାଜ୍ଞା ଜାରି କରିବା ପରେ Zen-G ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାଠମାଣ୍ଡୁରେ ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ହେବା ସହ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଗୃହ ମନ୍ତ୍ରୀ ରମେଶ ଲେଖକ ଏହି ସଂଘର୍ଷ ପରେ ନୈତିକ କାରଣରୁ ଇସ୍ତଫା ଦେଇଛନ୍ତି। ପରିସ୍ଥିତି ଅନିୟନ୍ତ୍ରିତ ଥିବା ବେଳେ ଗତ କାଲି ନେପାଳ ସରକାର ବ୍ୟାନ୍ ହଟାଇ ଦେଇଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ କାପି ଶର୍ମା ଓଲିଙ୍କ ବିରୋଧରେ ଥମୁନି ବିଦ୍ରୋହର ନିଆଁ।
କୁହାଯାଉଛି ଏହି ତୀବ୍ର ଜନ ଆନ୍ଦୋଳନ ପଛରେ ଅଛି ଜଣେ ୩୬ ବର୍ଷୀୟ ଯୁବକଙ୍କ ହାତ। ସୁଦନ ଗୁରୁଙ୍ଗ, ଯିଏ ହାମି ନେପାଳର ଅଧ୍ୟକ୍ଷ। ହାମି ନେପାଳ ଏକ ଯୁବ-ନେତୃତ୍ୱାଧୀନ ଏନଜିଓ। ଇନଷ୍ଟାଗ୍ରାମରେ ଏକ ପୂର୍ବ ପୋଷ୍ଟରେ ଗୁରୁଙ୍ଗ ନିଶ୍ଚିତ କରିଥିଲେ ଯେ ତାଙ୍କ ଗୋଷ୍ଠୀ ରାଲି ଆୟୋଜନ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ କରିଥିଲେ ଏବଂ ଛାତ୍ରମାନଙ୍କୁ ସ୍କୁଲ ପୋଷାକ ପିନ୍ଧି ଏବଂ ବହି ଧରି ଶାନ୍ତିପୂର୍ଣ୍ଣ ପ୍ରତିରୋଧର ପ୍ରତୀକ ଭାବେ ପ୍ରଦର୍ଶନରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ।
ସୁଦନ ଗୁରୁଙ୍ଗ କିଏ?
୨୦୧୫ ଭୂମିକମ୍ପ ପରେ ଗଠିତ ଯୁବ ଏନଜିଓ ‘ହାମି ନେପାଳ’ର ଅଧ୍ୟକ୍ଷ। ଦି ଅନ୍ନପୂର୍ଣ୍ଣା ଏକ୍ସପ୍ରେସ ଅନୁଯାୟୀ, ସୁଦନଙ୍କ ଜୀବନ ବଦଳାଇ ଦେଇଥିବା ଭୂମିକମ୍ପରେ ସେ ତାଙ୍କ ସନ୍ତାନକୁ ହରାଇଥିଲେ। ପୂର୍ବରୁ ଇଭେଣ୍ଟ ପ୍ଲାନର ଥିବା ସୁଦନ ପରେ ସାମାଜିକ କାର୍ଯ୍ୟରେ ଯୋଗ ଦେଇଥିଲେ। ପୂର୍ବରୁ ମଧ୍ୟ ଏକାଧିକ ଥର ଅନେକ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି। ବର୍ତ୍ତମାନ ଜେନ୍-ଜି ଆନ୍ଦୋଳନ ପଛରେ ବି ତାଙ୍କ ହାତ ଅଛି।
ସୋମବାର ହଜାର ହଜାର ଯୁବ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ଥିଲେ। ସୋସିଆଲ ମିଡିଆ ଉପରେ ସରକାରୀ ନିଷେଧାଜ୍ଞା ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରି କାଠମାଣ୍ଡୁରେ ସଂସଦ ବାହାରେ ବିଶାଳ ରାଲି କରିଥିଲେ। ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପାଣି ମାଡ, ଟିୟର ଗ୍ୟାସ ଏବଂ ଏପରିକି ବୁଲେଟ ଗୁଳି ଚଳାଇଥିଲା। ବିଦ୍ରୋହର ନିଆଁ ରାଜଧାନୀ ଠାରୁ ପୋଖରା, ବୁଟୱାଲ, ଭୈରହାୱା, ଭରତପୁର, ଇଟାହାରୀ ଏବଂ ଦମକ ପର୍ଯ୍ୟନ୍ତ ବ୍ୟାପିଥିଲା। ଯାହା ପରେ ଦେଶରେ କର୍ଫ୍ୟୁ ଲାଗୁ କରିଥିଲେ ନେପାଳ ସରକାର। ତଥାପି ଏହି ଆନ୍ଦୋଳନକୁ ଅଟକା ଯାଇ ପାରିନଥିଲା।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
