Nepal protest: ଓଲି ସରକାର ବିରୋଧରେ GEN Z ବିଗ୍ରେଡର ବଡ ବିଦ୍ରୋହ, ତାତିଲେ-ଜାଳିଲେ-ମୁହାଁମୁହିଁ ହେଲେ
ସୋମବାର ସକାଳ ୧୦ଟା। ନେପାଳ ସଂସଦଠାରୁ ମାତ୍ର ୧୨ ଶହ ମିଟର ଦୂରରେ ଥିବା ମାଟିଘର ମାଣ୍ଡଲା ପାଖରେ ଏକଜୁଟ ହେଲେ ହଜାର ହଜାର ଯୁବକ। ପରେ ସିଧା ସଂସଦ ଆଡକୁ ମାଡି ଆସିଲେ। ଏମାନଙ୍କ ମଧ୍ୟରେ ଥିଲେ ସ୍କୁଲ ଓ କଲେଜ ପିଲା। ଅନେକ ୟୁନିଫର୍ମରେ ଥାଇ
ସୋମବାର ସକାଳ ୧୦ଟା। ନେପାଳ ସଂସଦଠାରୁ ମାତ୍ର ୧୨ ଶହ ମିଟର ଦୂରରେ ଥିବା ମାଟିଘର ମାଣ୍ଡଲା ପାଖରେ ଏକଜୁଟ ହେଲେ ହଜାର ହଜାର ଯୁବକ। ପରେ ସିଧା ସଂସଦ ଆଡକୁ ମାଡି ଆସିଲେ। ଏମାନଙ୍କ ମଧ୍ୟରେ ଥିଲେ ସ୍କୁଲ ଓ କଲେଜ ପିଲା। ଅନେକ ୟୁନିଫର୍ମରେ ଥାଇ ବି ବିକ୍ଷୋଭରେ ସାମିଲ ହେଲେ।
ବନ୍ଦ ହୋଇଗଲା ହ୍ବାଟ୍ସଆପ, ଚାଲିଲାନି ଫେସବୁକ। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ସମସ୍ତ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଏରର ମେସେଜ ପାଇବା ପରେ ହଠାତ ତାତିଲେ ଯୁବକ। ଗୁରୁବାର ରାତିରୁ ନେପାଳ ସରକାର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ କରିବା ପରେ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ହଠାତ ବିସ୍ପାରକ ରୂପ ନେଲା।
ସୋମବାର ସକାଳ ୧୦ଟା। ନେପାଳ ସଂସଦଠାରୁ ମାତ୍ର ୧୨ ଶହ ମିଟର ଦୂରରେ ଥିବା ମାଟିଘର ମାଣ୍ଡଲା ପାଖରେ ଏକଜୁଟ ହେଲେ ହଜାର ହଜାର ଯୁବକ। ପରେ ସିଧା ସଂସଦ ଆଡକୁ ମାଡି ଆସିଲେ। ଏମାନଙ୍କ ମଧ୍ୟରେ ଥିଲେ ସ୍କୁଲ ଓ କଲେଜ ପିଲା। ଅନେକ ୟୁନିଫର୍ମରେ ଥାଇ ବି ବିକ୍ଷୋଭରେ ସାମିଲ ହେଲେ। ଏହାପରେ ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ନେପାଳୀ ପୋଲିସ ବ୍ଲାଙ୍କ ଫାୟାରିଂ ସହ ରବର ବୁଲେଟ ମାଡ କଲା। ଏଥିରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଥିବା ଜଣାପଡିଛି।
ଏହାକୁ ନେଇ କାଠମାଣ୍ଡୁ ସମେତ ଅଧିକାଂଶ ସହରରେ ଲାଗି ରହିଛି ଉତ୍ତେଜନା। ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋରଦାର ପ୍ରତିବାଦ କରିବା ସହ ଅସନ୍ତୋଷ ଝାଡିଛନ୍ତି ଲୋକେ। ତେବେ ଜେନ ଜେଡ ବିଗ୍ରେଡ୍ ବା ଯେଉଁମାନଙ୍କ ବୟସ ୨୬ ବର୍ଷରୁ କମ ସେମାନେ ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଉଥିବା ଦେଖିବାକୁ ମିଳିଛି ।
ନେପାଳର ୯୦ ପ୍ରତିଶତ ଅର୍ଥାତ ପ୍ରାୟ ୩କୋଟି ଲୋକ ଇଣ୍ଟରନେଟ ବ୍ୟବହାର କରିଥାଆନ୍ତି। ଦେଶର ପ୍ରାୟ ୭୦ ଲକ୍ଷ ଯୁବକ ବିଦେଶକୁ ଉଚ୍ଚଶିକ୍ଷା ବା ନିଯୁକ୍ତି ପାଇଁ ଯାଇଥାଆନ୍ତି। ଇଣ୍ଟରନେଟ ସେବା ବନ୍ଦ ହୋଇଯିବା ପରେ ଏମାନେ ନିଜ ପରିବାର ସହ ଯୋଗାଯୋଗ କରିପାରୁ ନାହାନ୍ତି।ଏଥିରେ ପ୍ରଭାବିତ ହୋଇ ନେପାଳ ପର୍ଯ୍ୟଟନ ମଧ୍ୟ ଏକପ୍ରକାର ଠପ୍ ହୋଇପଡିଛି।
ନିକଟରେ ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ସୋସିଆଲ ମିଡିଆ ରେଗୁଲେଶନ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି। ନୂଆ ରେଗୁଲେଶନ ଅନୁସାରେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ନେପାଳ ସରକାରଙ୍କ ସହ ପଞ୍ଜୀକରଣ କରିବାକୁ ବାଧ୍ୟ। ତେବେ ଅନେକ ପ୍ଲାଟଫର୍ମ ପଞ୍ଜୀକରଣ କରିନଥିବାରୁ ସେଗୁଡିକୁ ବ୍ୟାନ କରିଛନ୍ତି ସରକାର। ଫଳରେ ଗୁରୁବାର ମଧ୍ୟରାତ୍ରରୁ କୌଣସି ସୋସିଆଲ ମିଡିଆ ବ୍ୟବହାର କରିପାରୁ ନାହାନ୍ତି ନେପାଳ ବାସିନ୍ଦା।
କେବଳ ସୋସିଆଲ ମିଡିଆ ପ୍ରସଙ୍ଗ ନୁହେଁ ଏହା ନେପାଳର ଓଲି ସରକାର ବିରୋଧରେ ପୁଞ୍ଜିଭୂତ ଅସନ୍ତୋଷ ବୋଲି କୁହାଯାଉଛି। ନିକଟରେ କେ ପି ଶର୍ମା ଓଲି ସରକାର ବର୍ଷେ ପୂରଣ କରିଛି। ନୂଆ ସରକାରର ଦୁର୍ନୀତି ସାଙ୍ଗକୁ ଏକଛତ୍ରବାଦ ନୀତିକୁ ନେଇ ରହିଥିଲା ଲୋକଙ୍କର ଆକ୍ରୋଶ। ଦେଶରେ ଦୁର୍ନୀତି ଏବେ ଚରମ ସୀମାରେ ପହଞ୍ଚିଛି। ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ବି ପୂରଣ କରିପାରି ନାହାଁନ୍ତି। ତେଣୁ ଏହା ଆଉ ଏକ କାରଣ ବୋଲି କୁହାଯାଉଛି।...
Disclaimer: This content has been automatically aggregated from television for informational purposes. To read the original article, please visit television.
Home
