Nepal on Fire: ନେପାଳରେ ସେନା ନେଲା ସୁରକ୍ଷା ଦାୟିତ୍ବ, କିଏ ଧରିବେ ମଧ୍ୟବର୍ତ୍ତୀକାଳୀନ ସରକାର ମଙ୍ଗ ?

ନେପାଳରେ Gen-Z ବିପ୍ଳବୀଙ୍କ ଆକ୍ରୋଶର ଜ୍ବାଳା ଫାଟିବା ପରେ ସବୁ କିଛି ସ୍ବାହା। ଆନ୍ଦୋଳନକାରୀଙ୍କ ଦମ୍ ଆଗରେ ମୁଣ୍ଡ ନୁଆଁଇ ଗାଦି ଛାଡ଼ିଲେ ଓଲି ସରକାର। ହିଂସା ଓ ଅରାଜକତା ବଢ଼ିବା ପରେ ଦେଶର ସୁରକ୍ଷା ଦାୟିତ୍ବ ନେଇଛି ସେନା। ଅନ୍ୟପଟେ ନେପାଳ

10 September 2025 10:25 PM IST
Nepal on Fire: ନେପାଳରେ ସେନା ନେଲା ସୁରକ୍ଷା ଦାୟିତ୍ବ, କିଏ ଧରିବେ ମଧ୍ୟବର୍ତ୍ତୀକାଳୀନ ସରକାର ମଙ୍ଗ ?

ନେପାଳରେ Gen-Z ବିପ୍ଳବୀଙ୍କ ଆକ୍ରୋଶର ଜ୍ବାଳା ଫାଟିବା ପରେ ସବୁ କିଛି ସ୍ବାହା। ଆନ୍ଦୋଳନକାରୀଙ୍କ ଦମ୍ ଆଗରେ ମୁଣ୍ଡ ନୁଆଁଇ ଗାଦି ଛାଡ଼ିଲେ ଓଲି ସରକାର। ହିଂସା ଓ ଅରାଜକତା ବଢ଼ିବା ପରେ ଦେଶର ସୁରକ୍ଷା ଦାୟିତ୍ବ ନେଇଛି ସେନା। ଅନ୍ୟପଟେ ନେପାଳ ଅଶାନ୍ତ ପରେ ବର୍ଡରକୁ ଲାଗିଥିବା ଭାରତର ୫ଟି ରାଜ୍ୟ ସୀମାରେ ହାଇ ଆଲର୍ଟ।

Gen-Z ବିପ୍ଳବୀଙ୍କ ତାକତ ଆଗରେ ତିଷ୍ଠି ନପାରି ମୁଣ୍ଡ ନୂଆଇଲେ ନେପାଳ ସରକାର। ରାଜନୈତିକ ଅସ୍ଥିରତାରେ ଯୁଝୁଛି ଦେଶ। ରାଜୁତି କରୁଛି ହିଂସା ଆଉ ଅରାଜକତା। ସାରା ଦେଶରେ କର୍ଫ୍ୟୁ, ସେନା ହାତରେ ସୁରକ୍ଷା। ଚାରିଆଡ଼େ କ୍ଷତି ଆଉ କ୍ଷତ ଚିହ୍ନ। ନେପାଳରେ ଦୁଇ ଦିନର ଗୃହ ଯୁଦ୍ଧ ଭଳି ସ୍ଥିତିରେ ଆଜି ସାମାନ୍ୟ ସୁଧାର ଆସିଛି। ସେନା ଦେଶର ସୁରକ୍ଷା ଦାୟିତ୍ବ ନେବା ପରେ ଧୀରେ ଧୀରେ ବଦଳୁଛି ସ୍ଥିତି। ତଥାପି ଥମିନି ହିଂସା, କମିନି ସରକାର ବିରୋଧୀ ଆକ୍ରୋଶ।

ଆଜି ବି ବିଭିନ୍ନ ସହରରେ ରାଜରାସ୍ତାକୁ ଓହ୍ଲାଇଛନ୍ତି Gen-Z ଆନ୍ଦୋଳନକାରୀ। କେଉଁଠି ହୋଟେଲ୍ ଜଳୁଛି ତ କେଉଁଠି ବିଲଡିଂ। ଦୁଇ ଦିନ ଧରି ଲାଗିଥିବା ନିଆଁ ଆଜି ବି କୁହୁଳୁଛି। ଜନତାଙ୍କ ଆକ୍ରୋଶର ଜ୍ବାଳା ଫାଟିବା ପରେ ସବୁ କିଛି କିଭଳି ସ୍ବାହା ହୋଇଛି, ସଡ଼କରୁ ସଂସଦ ଯାଏଁ କ୍ଷୟକ୍ଷତିର ଭୟଙ୍କର ଚିତ୍ର ସାମନାକୁ ଆସୁଛି। ନା ସଂସଦ ବଞ୍ଚିଲା ନା ସରକାର ନା ସୁପ୍ରିମକୋର୍ଟ। ନିଆଁ ଆଁରେ ଜଳି ବରବାଦ ହୋଇଛି ସବୁ କିଛି। ସଂସଦ ଓ ସୁପ୍ରିମକୋର୍ଟ ଭିତରେ ଖାଲି ପାଉଁଶ ଗଦା। ଜରୁରୀ ଫାଇଲ, ଆସବାବପତ୍ର ସବୁ ଜଳି ଛାରଖାର ହୋଇଛି।

ହଜାର ହଜାର ଗାଡ଼ି ମୋଟର ପୋଡ଼ି ଦେଇଛନ୍ତି ଆନ୍ଦୋଳନକାରୀ। ନେପାଳର ଉତ୍ୟକ୍ତ ଯୁବଗୋଷ୍ଠୀ କାହାକୁ ବି ଛାଡି ନାହାନ୍ତି। କ୍ଷମତା ବ୍ୟୂହରେ ଆସୁଥିବା ସମସ୍ତଙ୍କୁ ଖୋଜି ଖୋଜି ଗଣିଗଣି ଶାସ୍ତି ଦେଇଛନ୍ତି, ଯେଉଁମାନେ ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳିଲେ। ଏବେ ସେନା ସ୍ଥିତି ନିୟନ୍ତ୍ରଣକୁ ଆଣିବାରୁ ଭରପୁର ପ୍ରୟାସ କରୁଛି। ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛି। ଜାଗା ଜାଗାରେ ସୁରକ୍ଷାକର୍ମୀ ପଇଁତରା ମାରୁଥିବା ବେଳେ ଆସନ୍ତାକାଲି ସକାଳ ଯାଏଁ କର୍ଫ୍ୟୁ ବଳବତ୍ତର ରହିଛି। ଏଭଳି ଅସ୍ଥିରତା ଭିତରେ କେହି କିନ୍ତୁ ଜାଣି ନାହାନ୍ତି ନେପାଳର ଆଗାମୀ ଭବିଷ୍ୟକ କଣ। ...

Gen-Z ବିପ୍ଳବୀଙ୍କ ଆଗରେ ଓଲି ସରକାର ହାତ ଟେକିଦେଲେ। କ୍ଷମତା ଛାଡିବାକୁ ପଡ଼ିଲା। ପ୍ରଧାନମନ୍ତ୍ରୀ ଓ ଏକାଧିକ ମନ୍ତ୍ରୀ ପଦ ଛାଡ଼ିଛନ୍ତି। ଆଗକୁ ନେପାଳରେ ହେବ କଣ ? ଏହି ସଂକଟ କେବେ ଓ କେମିତି ଟଳିବ ? ବର୍ତ୍ତମାନ ସ୍ଥିତି ଦେଖିଲେ କେବଳ ଅନିଶ୍ଚିତତା ହିଁ ଦିଶୁଛି। ହେବ କି ଅନ୍ତରୀଣ ସରକାର ଗଠନ ? କିଏ ଧରିବେ ଶାସନ ଡୋରି ? କୌଣସି ଅଣରାଜନୈତିକ ଦଳର ବ୍ୟକ୍ତିଙ୍କୁ ନୂଆ ସରକାର ଗଠନ ଭିତରେ କମାଣ ମିଳିବ କି ?

ଏଭଳି ଚର୍ଚ୍ଚା ଆଲୋଚନା ଭିତରେ ରେସରେ ଆଗରେ ଅଛନ୍ତି କାଠମାଣ୍ଡୁର ମେୟର ବାଲେନ୍ଦ୍ର ଶାହ। ରାପରରୁ ପଲିଟିସିଆନ୍ ହୋଇଥିବା ବାଲେନ୍ ୨୦୦୨ରେ କାଠମାଣ୍ଡୁ ମେୟର ଦାୟିତ୍ବ ନେବା ପରେ ଅନେକ ବିକାଶ କରିଛନ୍ତି। ଦୁର୍ନୀତି ବିରୋଧରେ ତାଙ୍କର ଜିରୋ ଟଲେରାନ୍ସ ନୀତି ପାଇଁ ସେ ଭାରି ଲୋକପ୍ରିୟ। Gen-Zର ଯୁବଗୋଷ୍ଠୀ ତାଙ୍କୁ ଶାସନ କ୍ଷମତା ଦେବାକୁ ଦାବି କରୁଛନ୍ତି। ସେହିପରି ପିଏମ୍ ରେସରେ ଅଛନ୍ତି ନେପାଳର ପୂର୍ବତନ ଗୃହମନ୍ତ୍ରୀ ରବି ଲାମିଛାନେ। ନେପାଳର ଜଣେ ଜଣାଶୁଣା ସାମ୍ବାଦିକ ଥିଲେ। ଯୁବଗୋଷ୍ଠୀଙ୍କ ଭିତରେ ଜଣେ ଚର୍ଚ୍ଚିତ ଚେହେରା ରବି ଲାମିଛାନେ।

ନେପାଳ ଅଶାନ୍ତି ଭିତରେ ଭାରତ ସୀମାରେ ଜାରି ହୋଇଛି ହାଇ ଆଲର୍ଟ। ସୀମା ସୁରକ୍ଷା ଉପରେ ତୀକ୍ଷଣ ନଜର ରଖିଛନ୍ତିି ସଶସ୍ତ୍ର ସୀମା ସୁରକ୍ଷାବାହିନୀ। ଭାରତ ଓ ନେପାଳ ମଧ୍ୟରେ ରହିଛି ୧୭୫୧ କିଲୋମିଟର ସୀମା। ଯାହା ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ସିକିମ ଓ ପଶ୍ଚିମବଙ୍ଗକୁ ଲାଗିଛି। ଏସବୁ ରାଜ୍ୟ ସୀମାରେ ଗତିବିଧି ଉପରେ ଲାଗିଛି କଟକଣା। ପଶ୍ଚିମବଙ୍ଗ ଦାର୍ଜିଲିଂ ସୀମାରେ ଅଟକିଛି ଶହ ଶହ ଗାଡ଼ିମୋଟର। ଲୋକଙ୍କର ପରିଚୟପତ୍ରକୁ ବି କଡ଼ାକଡ଼ି ଯାଞ୍ଚ କରାଯାଉଛି। ଏପଟେ ଚିନ୍ତାରେ ଦିନ କାଟୁଛନ୍ତି ନେପାଳରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ପରିବାର। ଟିଭି ନ୍ୟୁଜ ଉପରେ ନଜର ରଖିଛନ୍ତି। କେତେବେଳେ ଫୋନ୍ ଲାଗିଲେ ଟିକେ କଣ କଥା ହେଉଛନ୍ତି। ନହେଲେ ଚିନ୍ତାରେ ପରିବାର ଲୋକଙ୍କ ଦିନ ବିତୁଛି।

Disclaimer: This content has been automatically aggregated from television for informational purposes. To read the original article, please visit television.