NEP Reforms Odisha: ଓଡ଼ିଶାରେ ପ୍ରାଇମେରୀ ଶିକ୍ଷାକୁ ବୁଷ୍ଟର ଡୋଜ୍
ରାଜ୍ୟରେ ଆଗାମୀ ୩ ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ। ସେହିପରି ସ୍କିମାଟିକ୍ ଶିକ୍ଷକ ପ୍ରଥାକୁ ଉଚ୍ଛେଦ କରି ୧୬ ହଜାରରୁ ଅଧିକ ସ୍କିମାଟିକ୍ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରାଯିବ।
ରାଜ୍ୟରେ ଆଗାମୀ ୩ ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ। ସେହିପରି ସ୍କିମାଟିକ୍ ଶିକ୍ଷକ ପ୍ରଥାକୁ ଉଚ୍ଛେଦ କରି ୧୬ ହଜାରରୁ ଅଧିକ ସ୍କିମାଟିକ୍ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରାଯିବ।
ଜାତୀୟ ଶିକ୍ଷା ନୀତି ଢାଞ୍ଚାରେ ଓଡିଶାରେ ପ୍ରାଥମିକ ଶିକ୍ଷାରେ ହେବ ବଡଧରଣର ପରିବର୍ତ୍ତନ। ହଟିବେ ସ୍କିମାଟିକ୍, ନିୟମିତ ହେବ ପ୍ରାଥମିକ ଶିକ୍ଷକ। ବର୍ଷକୁ ୧୫ ହଜାର ଶିକ୍ଷକ ନିଯୁକ୍ତ ହେବ। ଖାଲି ଏତିକି ନୁହେଁ, ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମିଶି ହେବ ଗୋଟିଏ ବୋର୍ଡ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ମିଳିବ ବହି। ଛାତ୍ରଛାତ୍ରୀ ବି ମାଗଣାରେ ମୁଖ୍ୟମନ୍ତ୍ରୀ ବସରେ ସ୍କୁଲ ଯାଇ ଆସିପାରିବେ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ଏବଂ ଛାତ୍ରଛାତ୍ରୀ।
ଜାତୀୟ ଶିକ୍ଷାନୀତି ଅନୁସାରେ ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସୁଦଢ କରିବାକୁ ଏହି ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ବିଜେପି ସରକାର। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ରାଜ୍ୟରେ ବର୍ଷକୁ ୧୫ ହଜାର ଶିକ୍ଷକ ପଦବୀ ପୂରଣ ହେବ। ଆସନ୍ତା ୩ ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ। ସେହିପରି ସ୍କିମାଟିକ୍ ଶିକ୍ଷକ ପ୍ରଥାକୁ ଉଚ୍ଛେଦ କରି ୧୬ ହଜାରରୁ ଅଧିକ ସ୍କିମାଟିକ୍ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରାଯିବ। ସେହିପରି ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ BSE ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSEକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହି ବଣ୍ଟନ କରାଯାଉଥିବା ବେଳେ ଏଣିକି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ବସରେ ସ୍କୁଲ ଛାତ୍ରଛାତ୍ରୀ ମାଗଣାରେ ଯିବାଆସିବା କରିପାରିବେ। ହଷ୍ଟେଲରେ ରହୁଥିବା ପିଲାମାନଙ୍କ ପାଇଁ ANM ନିଯୁକ୍ତ ହେବେ। NCERT ଢାଞ୍ଚାରେ SCERTକୁ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯିବ।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ବାରମ୍ବାର ଆନ୍ଦୋଳନ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ବେଶ୍ ଖୁସି। ବିଧାନସଭାର ଆଗାମୀ ଅଧିବେଶନ ପୂର୍ବରୁ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ପ୍ରାଥମିକ ଶିକ୍ଷକମାନେ ନିଜ ନିଷ୍ପତ୍ତିରୁ ଓହରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଞ୍ଚଳିକ ଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହନ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ଉପାନ୍ତ ଅଞ୍ଚଳର ସ୍ବାଗତ କରାଯାଇଛି। ତେଣେ ଶିକ୍ଷାବିତଙ୍କ କହିବା କଥା, କେବଳ ଜାତୀୟ ଶିକ୍ଷା ନୀତିକୁ କାର୍ବନ୍ କପି କରିବା ବଦଳରେ ଯଦି ଅନ୍ୟ ରାଜ୍ୟ ଭଳି ନିଜସ୍ବ ଶିକ୍ଷା ନୀତି ପ୍ରସ୍ତୁତ କରନ୍ତା, ତେବେ ପ୍ରାଥମିକ ଶିକ୍ଷା ଅଧିକ ସୁଦୃଢ ହୋଇପାରନ୍ତା। କେବଳ ବୋର୍ଡକୁ ମିଶ୍ରଣ କଲେ ହେବନି ଏଲିମେଣ୍ଟାରୀ ସହ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକକୁ ମିଶାଇ ଗୋଟିଏ ବୋର୍ଡ କରାଯିବା ଦରକାର।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
