NEET UG ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମକୁ ଜୁନ୍ ୨୨ ଯାଏଁ ଅସ୍ଥାୟୀ ଭାବେ କଲେ ବନ୍ଦ

Jun 17, 2026 - 16:37
NEET UG ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମକୁ ଜୁନ୍ ୨୨ ଯାଏଁ ଅସ୍ଥାୟୀ ଭାବେ କଲେ ବନ୍ଦ

NEET UG ପୁନଃ ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ସରକାର ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅସ୍ଥାୟୀ ଭାବେ ବନ୍ଦ କରିଛନ୍ତି ।

ପରୀକ୍ଷାର ସୁରକ୍ଷିତ ପରିଚାଳନା ସୁନିଶ୍ଚିତ କରିବା ଏବଂ କପି ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଅସ୍ଥାୟୀ ପ୍ରତିବନ୍ଧକ ଲାଗିଛି ।

ଭାରତରେ ଟେଲିଗ୍ରାମକୁ ବନ୍ଦ କରାଯାଇଛି ।

NEET UG ପୁନଃପରୀକ୍ଷା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ ।

ଏହା ସହିତ ଟେଲିଗ୍ରାମରେ ମେସେଜ୍ ଏଡିଟିଂ ଫିଚରକୁ ଜୁନ୍ ୩୦ ପର୍ଯ୍ୟନ୍ତ ଆକ୍ସେସ୍ କରିପାରିବେ ନାହିଁ ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି NTA ।କେନ୍ଦ୍ର ସରକାର ୨୧ ଜୁନରେ ହେବାକୁ ଥିବା ନିଟ୍-ୟୁଜି ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରସୋର କରିଛି ।

ପୂର୍ବରୁ ମଇରେ ହୋଇଥିବା ପରୀକ୍ଷାରେ କିଛି ପ୍ରଶ୍ନ ଲିକ୍ ହେବା ଅଭିଯୋଗ ହେବା ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା ।

ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅନେକ ପରିବର୍ତ୍ତନ ଘୋଷଣା କରିଛି NTA ।

ଏଥର ପରୀକ୍ଷା ଅପରାହ୍ନ ୨ଟା ରୁ ୫.୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏହି ମୋଟ ୧୯୫ ମିନିଟ୍ ଅବଧି ରହିବ ।

୧୫ ମିନିଟ୍ ଅତିରିକ୍ତ ସମୟ ଦିଆଯାଇଛି ।ସେହିପରି ରଫ୍ ଓ୍ୱର୍କ ପାଇଁ ମଧ୍ୟ ସୁବିଧା ଯୋଗାଇ ଦିଆଯାଇଛି ।

ପ୍ରଶ୍ନ ପୁସ୍ତିକାରେ ରଫ୍ କାମ ପାଇଁ ପୃଷ୍ଠା ସଂଖ୍ୟା ଦ୍ୱିଗୁଣିତ କରାଯାଇଛି ।

ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ କେବଳ ଦୁଇଟି ପୃଷ୍ଠା ଯୋଗାଇ ଦିଆଯାଉଥିଲା, କିନ୍ତୁ ଏବେ ସେମାନଙ୍କର ଚାରିଟି ରହିବ ।

ପ୍ରଥମରେ ୨ଟି ପୃଷ୍ଠା ଏବଂ ଶେଷରେ ଆଉ ୨ ପୃଷ୍ଠା ରହିବ ।

ଯାହାଦ୍ବାରା ଛାତ୍ରଙ୍କୁ ଅଧିକ ସୁବିଧା ମିଳିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Odia OneIndia ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।