25 JULY 2026

Welcome!

Unlock your personalized experience.
Sign Up

ndian and Pakistani Athletes: ହାତ ମିଳାଇପାରିବେ ଭାରତ,ପାକ୍‌ ଆଥଲେଟ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା

Jul 25, 2026 - 16:03
ndian and Pakistani Athletes: ହାତ ମିଳାଇପାରିବେ ଭାରତ,ପାକ୍‌ ଆଥଲେଟ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା

ଗ୍ଲାସ୍‌ଗୋ: ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନର ଖେଳାଳି ପରସ୍ପର ସହ ହାତ ମିଳାଇବାକୁ ଏଡ଼ାଉଥିବାବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଟିକିଏ ଅଲଗାସ୍ଥିତି ଦେଖିବାକୁ ମିଳିପାରେ। ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବା କିମ୍ବା ଅଭିବାଦନ ଆଦାନପ୍ରଦାନ ଉପରେ ଭାରତ ପକ୍ଷରୁ କୌଣସି କଟକଣା ଜାରି କରାଯାଇନାହିଁ। ତେବେ ଏ ନେଇ ସଂପୃକ୍ତ ଖେଳାଳିମାନେ ନିଜେ ନିଷ୍ପତ୍ତି ନେଇପାରିବେ ବୋଲି ଭାରତୀୟ କ୍ରୀଡା ସଂଘମାନେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକାରେ କାମ କରିବାର ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ଭାଙ୍ଗି ଯିବକି ସ୍ବପ୍ନ!: ସିନେଟରେ ଏଚ୍-୧-ବି ଭିସା ସମ୍ପର୍କିତ ବିଲ୍ ଉପସ୍ଥାପିତ, ତିନି ବର୍ଷ ପ୍ରତିବନ୍ଧକ ଲାଗୁ ପାଇଁ ଅନୁରୋଧ

ଏଥରର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଓ ପାକିସ୍ତାନୀ ଆଥ୍‌ଲେଟମାନେ ସମାନ ହୋଟେଲ୍‌ରେ ରହୁଛନ୍ତି। ଉଦାହରଣସ୍ବରୂପ, ଭାରତୀୟ ଜାଭେଲିନ୍‌ ଥ୍ରୋଅର୍‌ ନୀରଜ ଚୋପ୍ରା ଓ ପାକିସ୍ତାନୀ ତାରକା ଅର୍ସଦ ନଦିମ ଜୋନ୍‌ ୩ରେ ସମାନ ହୋଟେଲ୍‌ରେ ରହୁଛନ୍ତି। ଏଣୁ ସେମାନଙ୍କ ମଧ୍ୟରେ ସାକ୍ଷାତ ଓ ମିଳାମିଶା ହେବା ସ୍ବାଭାବିକ କଥା। ଏଣୁ ଏ ନେଇ କୌଣସି କଟକଣା ଜାରି କରାଯାଇନାହିଁ। ତେବେ ଉପହାର ଦିଆନିଆ ଉପରେ କଟକଣା ଜାରି କରାଯାଇଛି। ତେବେ ଲନ୍‌ ବଲ୍‌ ସଂଘ ପକ୍ଷରୁ ହସ୍ତମର୍ଦ୍ଦନ, ଉପହାର ଆଦାନପ୍ରଦାନ ଉପରେ କୌଣସି କଟକଣା ଲଗାଯାଇନାହିଁ।

ଆହୁରି ପଢ଼ନ୍ତୁ: ମୁଁ ଚତୁର୍ଥ ଥର ପାଇଁ ନିର୍ବାଚନ ଲଢ଼ିବି: ୨୦୨୮ ଲେଖାଥିବା ଟୋପି ପିନ୍ଧି ସାମ୍ବାଦିକଙ୍କୁ କହିଲେ ଟ୍ରମ୍ପ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।