National Seminar: ଧର୍ମରକ୍ଷା ପାଇଁ ଶାସ୍ତ୍ରସମ୍ମତ ମାର୍ଗ ହିଁ ଅନୁସରଣୀୟ: ଜଗଦ୍ଗୁରୁ ଶୃଙ୍ଗେରୀ ଶଙ୍କରାଚାର୍ଯ୍ୟ
"ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ କେନ୍ଦ୍ରୀୟ ସଂସ୍କୃତବିଶ୍ବବିଦ୍ୟାଳୟର ମିଳିତ ତତ୍ତ୍ୱାବଧାନରେ ଭାରତବର୍ଷର ଶୃଙ୍ଗେରୀଠାରେ ଅବସ୍ଥିତ, ଦକ୍ଷିଣାମ୍ନାୟ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ମଠରେ "ସନାତନ ଧର୍ମ " ସମ୍ପର୍କରେ ଏକ ସର୍ବ ଭାରତୀୟ ଆଲୋଚନା ଚକ୍ର ଗତ ୧୪ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି ।
ଉକ୍ତ ଧାର୍ମିକ ସମ୍ମେଳନକୁ ଦକ୍ଷିଣାମ୍ନାୟ ପୀଠର ବର୍ତ୍ତମାନ ଶଙ୍କରାଚାର୍ଯ୍ୟ ଜଗଦ୍ଗୁରୁ ଶ୍ରୀଶ୍ରୀ ବିଧୁଶେଖର ଭାରତୀ ମହାସ୍ବାମୀ ଉଦଘାଟନ କରି ସନାତନ ଧର୍ମର ରକ୍ଷାନିମନ୍ତେ ଶାସ୍ତ୍ର ସମ୍ମତ ମାର୍ଗ ହିଁ ଅନୁସରଣୀୟ ବୋଲି ନିଜର ଅନୁଗ୍ରହ ଭାଷଣରେ ଉଲ୍ଲେଖ କରିଥିଲେ ।
ସନାତନ ଧର୍ମର ପ୍ରଚାର ନିମନ୍ତେ ସଂସ୍କୃତ ଭାଷା ଓ ସାହିତ୍ୟ ର ପ୍ରଚାର ଉପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ ସନାତନ ଧର୍ମ ପାଇଁ ଏହିଭଳି ଅଧିକ କାର୍ଯ୍ୟକ୍ରମ କରାଇବା ପାଇଁ ସାହିତ୍ୟ ଏକାଡେମୀକୁ ପରାମର୍ଶ ଦେଇଥିଲେ।Advertisment ସାହିତ୍ୟ ଏକାଡେମୀ ସଂସ୍କୃତ ପରାମର୍ଶ ମଣ୍ଡଳୀର ସଂଯୋଜକ ଆଚାର୍ଯ୍ୟ ହରେକୃଷ୍ଣ ଶତପଥୀଙ୍କର ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ରର ଆରମ୍ଭରେ ସାହିତ୍ୟ ଏକାଡେମୀର ସଚିବ ପ୍ରଫେସର ଡକ୍ଟର ବରୁଣ ଗୁଲାଟି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସଂସ୍କୃତ ଭାଷା ପରାମର୍ଶ ମଣ୍ଡଳୀର ସୁପାରିଶ କ୍ରମେ ସାହିତ୍ୟ ଏକାଡେମୀ ତରଫରୁ ଭାରତବର୍ଷର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଥିବା ବିଷୟ ନିଜର ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।
ଭାରତବର୍ଷର ଏକତା ଓ ଅଖଣ୍ଡତା ପାଇଁ ଭାରତୀୟ ଜ୍ଞାନ ପରମ୍ପରା ଓ ସନାତନ ଧର୍ମର ପ୍ରାସଙ୍ଗିକତା ବିଷୟରେ ଉଲ୍ଲେଖ କରି ଭାରତବର୍ଷର ଚତୁର୍ଧାମରେ ସେହି ସେହି ଶଙ୍କରପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କର ମାର୍ଗଦର୍ଶନରେ ଭାରତୀୟ ଜ୍ଞାନପରମ୍ପରା ଓ ସନାତନ ଧର୍ମ ସମ୍ବନ୍ଧରେ ଆନ୍ତର୍ଜାତୀୟ ସମ୍ମେଳନମାନ ଅନୁଷ୍ଠିତ ହେବ ବୋଲି ସଚିବ ଡକ୍ଟର ଗୁଲାଟୀ ପ୍ରକାଶ କରିଥିଲେ ।
ବେଦ ବେଦାନ୍ତ ଓ ଉପନିଷଦ ପ୍ରଭୃତି ଶାସ୍ତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି ଉଦଘାଟନ ସମାରୋହରେ ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇ ସାହିତ୍ୟ ଏକାଡେମୀ ସଂସ୍କୃତଭାଷା ପରାମର୍ଶ ମଣ୍ଡଳର ସଂଯୋଜକ ତଥା ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଭାରତବର୍ଷର ଏକତା ଓ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ସନାତନ ଧର୍ମର ଆବଶ୍ୟକତାକୁ ଅନୁଭବ କରି ଜଗଦ୍ଗୁରୁ ଆଦି ଶଙ୍କର ଭାରତର ଚାରିଦିଗରେ ଚାରିଗୋଟି ଧାମ ସଂସ୍ଥାପନ କରିଥିଲେ ଏବଂ ପ୍ରାୟ ତିନି ଶହରୁ ଊର୍ଦ୍ଧ୍ୱଗ୍ରନ୍ଥ ରଚନା କରି ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିଥିଲେ ।
ବୈଦିକ ସନାତନ ଧର୍ମର ସଂରକ୍ଷଣ ପାଇଁ ସଂସ୍କୃତ ଭାଷାରେ ବିରଚିତ ଶଙ୍କରାଚାର୍ଯ୍ୟଙ୍କ ଗ୍ରନ୍ଥ ସମେତ ବେଦ ବେଦାନ୍ତ ଓ ଉପନିଷଦ ପ୍ରଭୃତି ଶାସ୍ତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ଶତପଥୀ ତାଙ୍କର ବୀଜଭାଷଣରେ ଉଲ୍ଲେଖ କରିଥିଲେ ।
ଉକ୍ତ ସମାରୋହରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ଶୃଙ୍ଗେରୀ ପରିସରର ନିର୍ଦେଶକ ପ୍ରଫେସର ସୁବ୍ରାୟ ଭଟ୍ଟ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ରାଘବେନ୍ଦ୍ର ଭଟ୍ଟ ସଭାପରିଚାଳନା କରିଥିଲେ ।
ଉକ୍ତ ଆଲୋଚନା ଚକ୍ରରେ ବିଦ୍ବାନ ରାମଚନ୍ଦ୍ର ବାଲାଜୀ, ଡ.
ସୂର୍ଯ୍ୟନାରାୟଣ ଭଟ୍ଟ, ପ୍ରଫେସର ରାମ ନାରାୟଣ ଝା, ପ୍ରଫେସର ଉମାକାନ୍ତ ଭଟ୍ଟ, ପ୍ରଫେସର ଶ୍ରୀକର, ଡକ୍ଟର ରାଘବେନ୍ଦ୍ର ଭଟ୍ଟ ପ୍ରମୁଖ ଶୋଧ ପ୍ରବନ୍ଧ ଉପସ୍ଥାପନ କରିଥିଲେ ।
ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ଅଧକ୍ଷ୍ଯତାରେ ଅନୁଷ୍ଠିତ ଉଦଯାପନ ସମାରୋହରେ ପୂର୍ବ କୁଳପତି ପ୍ରଫେସର ଏ.ପି ସଚ୍ଚିଦାନନ୍ଦ ସନାତନ ଧର୍ମ ବିଷୟରେ ସବିଶେଷ ଆଲୋକପାତ କରିଥିଲେ ।
ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ବରୁଣ ଗୁଲାଟି ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ ।
US Airstrikes: ଲଗାତାର ସାତରାତି ଇରାନ ଉପରେ ବୋମା ମାଡ଼ କଲା ଆମେରିକା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।