25 JULY 2026

Welcome!

Unlock your personalized experience.
Sign Up

Nashik Earthquake: ମହାରାଷ୍ଟ୍ରର ନାସିକରେ ଲଗାତାର ୪ ଥର ଭୂମିକମ୍ପ, ଭୟରେ ଘର ବାହାରକୁ ପଳାଇ ଆସିଲେ ଲୋକେ

Jul 25, 2026 - 18:27
Nashik Earthquake: ମହାରାଷ୍ଟ୍ରର ନାସିକରେ ଲଗାତାର ୪ ଥର ଭୂମିକମ୍ପ, ଭୟରେ ଘର ବାହାରକୁ ପଳାଇ ଆସିଲେ ଲୋକେ

ନୂଆଦିଲ୍ଲୀ,୨୫।୭: ମହାରାଷ୍ଟ୍ରର ନାସିକରେ ଭୂମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ଶନିବାର ସକାଳେ ପ୍ରାୟ ଗୋଟିଏ ପରେ ଗୋଟିଏ ୪ ଟି ଭୂମିକମ୍ପ ଝଟକା ଅନୁଭବ ହୋଇଥିଲେ। ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ଏହି ଘଟଣା ପରେ ପ୍ରଶାସନ ଲୋକଙ୍କୁ ଧର୍ଯ୍ୟ ରଖିବାକୁ ନିବେଦନ କରିଛି। ନାସିକ ସହିତ ପାଲଘରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।

ଶନିବାର ସକାଳେ ନାସିକ ଏବଂ ପାଲଘର ଜିଲ୍ଲାରେ ଅନେକ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଲୋକମାନେ କହିଛନ୍ତି ଯେ ଶନିବାର ସକାଳେ ନାସିକ ଜିଲ୍ଲାର ସୁରଗାନାରେ ଚାରି ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାସହ ପାଲଘରରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ତେବେ ଯୋଗୁଁ କୌଣସି ପ୍ରକାର ଧନ ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ଆସି ନାହିଁ। ଜିଲ୍ଲା ପ୍ରଶାସନ ଲୋକଙ୍କୁ ଗୁଜବରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।

ଶନିବାର ସକାଳ ୯.୫୫ ଟାରୁ ନାସିକ ଜିଲ୍ଲାର ସୁରଗାନାର ବୋରଗାଓଁ ଏବଂ ଏହାର ଆଖପାଖ ଅଞ୍ଚଳରେ ୪ ଥର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରେକର୍ଡ କରାଯାଇଥିବା ବେଳେ ଆଜି ସକାଳ ପ୍ରାୟ ୧୦:୫୭ ମିନିଟ୍ରେ ପାଲଘରରେ ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଠାରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ପାଲଘରର ଦହାନୁର ଧୁଣ୍ଡଲୱାଡି କାସା ଅଞ୍ଚଳରେ ଘଟିଛି।

ପ୍ରଶାସନ କହିଛି ଯେ ନାସିକ ଏବଂ ପାଲଘର ଜିଲ୍ଲାରେ ଆଜି ଘଟିଥିବା ଭୂମିକମ୍ପର ତୀବ୍ରତା ବହୁତ କମ୍ ଥିଲା, ଯାହା ଫଳରେ କୌଣସି ଧନ ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ। ତେବେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ପ୍ରଶାସନ ଲୋକମାନଙ୍କୁ କୌଣସି ପ୍ରକାରର ଗୁଜବରେ ଧ୍ୟାନ ନ ଦେବାକୁ ନିବେଦନ କରିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନାସିକ ସହରରୁ ପ୍ରାୟ ୪୪ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଥିଲା।

ଆହୁରି ପଢନ୍ତୁ : India Nepal Border: ରୋହିଙ୍ଗ୍ୟା ଓ ପାକିସ୍ତାନୀଙ୍କୁ ନେଇ ନେପାଳ ପୁଲିସ ମୁଖ୍ୟଙ୍କ ବଡ଼ ଖୁଲାସା, ଗୋଷ୍ଠୀବଦ୍ଧ ଭାବେ ବସବାସ କରୁଥିବା ଅଭିଯୋଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।