NAC Demand: ଡେଉଁଛି NAC ମାନ୍ୟତା ଆନ୍ଦୋଳନ ନିଆଁ, କେଉଁଠି ବନ୍ଦ ପାଳନ ତ କେଉଁଠି ରାସ୍ତାରୋକ

ଚାରିଆଡ଼େ ଡେଉଁଛି NAC ଦାବି ନିଆଁ। ଅଗଷ୍ଟ ୧୫ରେ ୨୧ଟି NAC ଗଠନର ପ୍ରସ୍ତାବ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବଂ ୭ ଜିଲ୍ଲାରେ ୧୨ ନୂଆ NACର ଡ୍ରାଫ୍ଟ ନୋଟିସ୍ ପରଠୁ ଜାରି ରହିଛି ଛକାପଞ୍ଝା। ବଳକା ୯ ଏନଏସି କେଉଁଠି ହେବ, ତାକୁ ନେଇ କଳ୍

21 August 2025 10:30 PM IST
NAC Demand: ଡେଉଁଛି NAC ମାନ୍ୟତା ଆନ୍ଦୋଳନ ନିଆଁ, କେଉଁଠି ବନ୍ଦ ପାଳନ ତ କେଉଁଠି ରାସ୍ତାରୋକ

ଚାରିଆଡ଼େ ଡେଉଁଛି NAC ଦାବି ନିଆଁ। ଅଗଷ୍ଟ ୧୫ରେ ୨୧ଟି NAC ଗଠନର ପ୍ରସ୍ତାବ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବଂ ୭ ଜିଲ୍ଲାରେ ୧୨ ନୂଆ NACର ଡ୍ରାଫ୍ଟ ନୋଟିସ୍ ପରଠୁ ଜାରି ରହିଛି ଛକାପଞ୍ଝା। ବଳକା ୯ ଏନଏସି କେଉଁଠି ହେବ, ତାକୁ ନେଇ କଳ୍ପନା ଜଳ୍ପନା ଭିତରେ କେଉଁଠି ବନ୍ଦ ପାଳନ ତ ଆଉ କେଉଁଠି ରାସ୍ତାରୋକ ସହ ନାରାବାଜି କରି ନିଜ ନିଜ ଅଞ୍ଚଳକୁ NAC ମାନ୍ୟତା ଦାବିରେ ଅଡ଼ିବସିଛନ୍ତି ଲୋକେ।

ଚାରିଆଡ଼େ ଡେଉଁଛି NAC ଦାବି ନିଆଁ। ଅଗଷ୍ଟ ୧୫ରେ ୨୧ଟି NAC ଗଠନର ପ୍ରସ୍ତାବ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବଂ ୭ ଜିଲ୍ଲାରେ ୧୨ ନୂଆ NACର ଡ୍ରାଫ୍ଟ ନୋଟିସ୍ ପରଠୁ ଜାରି ରହିଛି ଛକାପଞ୍ଝା। ବଳକା ୯ ଏନଏସି କେଉଁଠି ହେବ, ତାକୁ ନେଇ କଳ୍ପନା ଜଳ୍ପନା ଭିତରେ କେଉଁଠି ବନ୍ଦ ପାଳନ ତ ଆଉ କେଉଁଠି ରାସ୍ତାରୋକ ସହ ନାରାବାଜି କରି ନିଜ ନିଜ ଅଞ୍ଚଳକୁ NAC ମାନ୍ୟତା ଦାବିରେ ଅଡ଼ିବସିଛନ୍ତି ଲୋକେ। ତେବେ ଆସନ୍ତା ୩୧ ସ୍ବାୟତ୍ତ ଶାସନ ଦିବସରେ ବଳକା ୯ NACର ନାଁ ଘୋଷଣା ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିବା ପରେ କାହା କପାଳରେ NAC ଶିକା ଛିଣ୍ଡିବ, ତାକୁ ନେଇ ବଢ଼ିଛି ଚର୍ଚ୍ଚା।... 

ମୁଖ୍ୟମନ୍ତ୍ରୀଙ୍କ NAC ପ୍ରସ୍ତାବ ସଂପର୍କରେ ଘୋଷଣା ପରଠୁଁ ଚାରିଆଡ଼େ ଛକାପଞ୍ଝା। ପ୍ରସ୍ତାବିତ ୨୧ଟି ମଧ୍ୟରୁ ବଳକା ୯ ଏନଏସି ଆଶାରେ ରାଜ୍ୟର ଅନେକ ଛୋଟ ମୋଟ ସହରବାସୀ। ୨୧ ମଧ୍ୟରୁ ୭ ଜିଲ୍ଲାର ୧୨ଟି ସହରକୁ ନୂଆ NAC ପାଇଁ ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଛି। କିନ୍ତୁ ଆଶା ବାନ୍ଧି ବଞ୍ଚିତ ହୋଇଥିବା ଅନେକ ଛୋଟ ମୋଟ ସହରବାସୀ ଏବେ ଆନ୍ଦୋଳନର ମୈଦାନରେ।

ବଲାଙ୍ଗିର ଜିଲ୍ଲା  ବେଲପଡ଼ାକୁ NAC ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ...ବଲାଙ୍ଗିର-କଣ୍ଟାବାଞ୍ଜି ରାସ୍ତା ଅବରୋଧ...ବାଲେଶ୍ବର ଜିଲ୍ଲା ବାଲିଆପାଳରେ ବି ସ୍ବାଭିମାନୀ ବାଲିଆପାଳିଆ ମଞ୍ଚ ପକ୍ଷରୁ ୮ ଘଣ୍ଟିଆ ବନ୍ଦ ପାଳନ, ସମସ୍ତଙ୍କ ଦାବି ଏବଂ ଯୁକ୍ତି, ଆନୁସଙ୍ଗିକ ଭିତ୍ତିଭୂମି ଦୃଷ୍ଟିରୁ ଆମ ସହର ବି NAC ମାନ୍ୟତା ପାଇବା ପାଇଁ ଯୋଗ୍ୟ।





Disclaimer: This content has been automatically aggregated from television for informational purposes. To read the original article, please visit television.