Mystery Behind Sudden Health Crisis in Jail; ଏକାସଙ୍ଗେ କେମିତି ଖରାପ ହେଲା ସାତ ସାତ ଜଣଙ୍କ ସ୍ବାସ୍ଥ୍ୟ; ଚାଲିଛି କାରଣ ଖୋଜା
କେମିତି ବିଗିଡିଲା ଭୁବନେଶ୍ବର ଝାରପଡ଼ା ଜେଲରେ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା। ଏକାସଙ୍ଗେ କେମିତି ଖରାପ ହେଲା ସାତ ସାତ ଜଣଙ୍କ ସ୍ବାସ୍ଥ୍ୟ। ଏବେ ଚାଲିଛି କାରଣ ଖୋଜା। ଗତକାଲି ଝାରପଡା ଜେଲର ୭ କଏଦୀ ଅସୁସ୍ଥ ହୋଇପଡିଥିଲେ । ୩ ଜଣଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ଓ ୨ ଜଣଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି।
୩ ଜଣଙ୍କୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏପଟେ ଏମ୍ସରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି କଏଦୀ ରୁପୁ ସିଂ।
ସେପଟେ କଏଦୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡାକ୍ତରୀ ଟିମ ଆଇସିୟୁରେ ଥିବା ୩ ଜଣଙ୍କୁ ଚିକିତ୍ସା କରୁଛନ୍ତି। ଭୁବନେଶ୍ୱର ଡିସିପି ଜଗମୋହନ ମୀନା କ୍ୟାପିଟାଲ ହସ୍ପିଟାଲ ରେ ପହଞ୍ଚି ଅସୁସ୍ଥ କଏଦୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।
- ଭୁବନେଶ୍ବର ଝାରପଡ଼ା ଜେଲର ୭ କଏଦୀ ଅସୁସ୍ଥ
- ୫ ଜଣ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି, ୩ ICUରେ
- ପରେ ୨ କଏଦୀଙ୍କୁ ଏମ୍ସ ସ୍ଥାନାନ୍ତର କରାଗଲା
- ହସ୍ପିଟାଲ ଯାଇ ଅସୁସ୍ଥଙ୍କୁ ଭେଟିଲେ ଭୁବନେଶ୍ବର ଡିସିପି
- କଏଦୀମାନେ ଅସୁସ୍ଥ ହେବା ପଛର କାରଣ ଅସ୍ପଷ୍ଟ
- କାରଣ ଖୋଜା ଚାଲିଛି କହିଲେ ଜେଲ ଅଧୀକ୍ଷକ