Murder:ସହିପାରିଲାନି ପ୍ରେମିକ, ପ୍ରେମିକାକୁ ଲଜକୁ ଡାକି ପାଟିରେ ବୋମା…

ବିବାହିତ ପ୍ରେମିକାଙ୍କୁ ପ୍ରେମିକ ଦେଲା ଦୁନିଆର ସବୁଠୁ ବଡ଼ ଶାସ୍ତି। ପୂର୍ବତନ ପ୍ରେମିକ ତା ବିବାହିତ ପ୍ରେମିକାଙ୍କ ପାଟିରେ ବୋମା ଫୁଟାଇ ହତ୍ୟା କରିଛି। ଏହା ପୂର୍ବରୁ ତାଙ୍କ ହାତ ବାନ୍ଧି ଦିଆଯାଇଥିଲା। ସମ୍ପୂର୍ଣ୍ଣ ଅସହାୟ କରିଦିଆଯାଇଥିଲ

30 August 2025 05:30 PM IST
Murder:ସହିପାରିଲାନି ପ୍ରେମିକ, ପ୍ରେମିକାକୁ ଲଜକୁ ଡାକି ପାଟିରେ ବୋମା…

ବିବାହିତ ପ୍ରେମିକାଙ୍କୁ ପ୍ରେମିକ ଦେଲା ଦୁନିଆର ସବୁଠୁ ବଡ଼ ଶାସ୍ତି। ପୂର୍ବତନ ପ୍ରେମିକ ତା ବିବାହିତ ପ୍ରେମିକାଙ୍କ ପାଟିରେ ବୋମା ଫୁଟାଇ ହତ୍ୟା କରିଛି। ଏହା ପୂର୍ବରୁ ତାଙ୍କ ହାତ ବାନ୍ଧି ଦିଆଯାଇଥିଲା। ସମ୍ପୂର୍ଣ୍ଣ ଅସହାୟ କରିଦିଆଯାଇଥିଲା । ଏଭଳି ହତ୍ୟାକାଣ୍ଡ କର୍ଣ୍ଣାଟକର ମହୀଶୂରରେ ଘଟିଛି। ତେବେ ଏଭଳି ବୀଭତ୍ସ ହତ୍ୟାକାଣ୍ଡର କାରଣ ଯେତିକି ଚାଞ୍ଚଲ୍ୟକର ସେତିକି ଆଶ୍ଚର୍ଯ୍ୟଜନକ।

ପ୍ରେମିକ ସିଦ୍ଧରାଜୁ ଦର୍ଶିତାଙ୍କୁ ବିବାହ କରିବାକୁ ଚାହୁଁଥିଲା। କିନ୍ତୁ ଦର୍ଶିତା ପୂର୍ବରୁ ବିବାହିତ ଥିବାରୁ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଏଥିରେ ରାଗିଯାଇ ସିଦ୍ଧରାଜୁ ହତ୍ୟା କରିବା ଭଳି ଭୟଙ୍କର ପଦକ୍ଷେପ ନେଇଥିଲା। କର୍ଣ୍ଣାଟକର ମହୀଶୂରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସିଦ୍ଧରାଜୁ ନାମକ ଜଣେ ଯୁବକ ତା ବିବାହିତ ପ୍ରେମିକା ଦର୍ଶିତାଙ୍କୁ ହତ୍ୟା କରିଛି। ଅଗଷ୍ଟ ୨୩ରେ ସାଲିଗ୍ରାମର ଏକ ଲଜ୍‌ରେ ଘଟିଥିଲା। ସିଦ୍ଧରାଜୁ ଦର୍ଶିତାଙ୍କୁ ଭେଟିବାକୁ ଡାକି ତାଙ୍କ ହାତ ବାନ୍ଧି ତାଙ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ତା ପରେ ତାଙ୍କ ପାଟିରେ ବିସ୍ଫୋରକ ରଖି ବିସ୍ଫୋରଣ କରିଥିଲା। ଦର୍ଶିତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ସିଦ୍ଧରାଜୁ ଲଜ୍‌ରେ ଚେକ୍ ଇନ୍ କରିବା ସମୟରେ ନିଜକୁ ଦର୍ଶିତାଙ୍କ ସ୍ୱାମୀ ବୋଲି ପରିଚୟ ଦେଇଥିଲା। ସେ ଲଜ୍ କର୍ମଚାରୀଙ୍କୁ କହିଥିଲା ଯେ ଖାଦ୍ୟ ଆଣିବା ପାଇଁ ସେ ବାହାରକୁ ଯିବ। ବାହାରକୁ ଯିବାର କିଛି ସମୟ ପରେ ସେ ଫେରି ଆସିଥିଲେ। କିନ୍ତୁ ଲଜର ଉକ୍ତ ରୁମର ଖୋଲୁନଥିବା ହୋଟେଲ୍ କର୍ମଚାରୀଙ୍କୁ କହିଥିଲେ। କବାଟ ଭଙ୍ଗାଯିବା ପରେ ଭିତରେ ଥିବା ଦର୍ଶିତାଙ୍କ ଶରୀର ରକ୍ତରେ ଜୁଡୁବୁଡୁ ହୋଇଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁହଁ ଏବଂ ବେକରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା।

ପୋଲିସକୁ ଭୁଆଁ ବୁଲାଇବାର ପ୍ରୟାସ

ଏଭଳି ଘଟଣା ସାମନାକୁ ଆସିବା ପରେ ଲଜ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଦୁଇ ମିଟର ଲମ୍ବା ଏକ ବିଦ୍ୟୁତ୍ ତାର ଜବତ କରିଥିଲା। ସିଦ୍ଧରାଜୁ ବିଭିନ୍ନ ଘରୋଇ ସାମଗ୍ରୀରୁ ବିସ୍ଫୋରକ ତିଆରି କରିଥିବା ଜଣାପଡ଼ିଥିଲା। ସେ ପୋଲିସକୁ ଭୁଆଁ ବୁଲାଇବାକୁ ଉଦ୍ୟମ କରିଥିଲେ। ଦର୍ଶିତାଙ୍କ ମୋବାଇଲ୍ ଚାର୍ଜରରୁ ବିଦ୍ୟୁତ୍ ଆଘାତ ଯୋଗୁ ହୋଇଥିବା ପୋଲିସକୁ କହିଥିଲା। ଫରେନସିକ୍ ଟିମ୍ ଘଟଣା ସ୍ଥଳ ଅନୁଧ୍ୟାନ କରିବା ପରେ ଏକ ବିସ୍ଫୋରକ ବିସ୍ଫୋରଣ ଯୋଗୁଁ ଏହା ହୋଇଥିବା ଜଣାପଡ଼ିଥିଲା।

ପୋଲିସ ତୁରନ୍ତ ସିଦ୍ଧରାଜୁଙ୍କୁ ଗିରଫ କରିବା ପରେ ପଚରାଉଚରା ଆରମ୍ଭ କରିଥିଲା। ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ବିସ୍ଫୋରକ ସାମଗ୍ରୀ କିପରି ଏବଂ କେଉଁଠାରେ ପ୍ରସ୍ତୁତ କରାଯାଇଥିଲା ଏନେଇ ପୋଲିସ ଅନୁଧ୍ୟାନ ଚଳାଇଛି। ଅପରାଧରେ ଅନ୍ୟ କେହି ସମ୍ପୃକ୍ତ ଥିଲେ କି ନାହିଁ ସେ ନେଇ ମଧ୍ୟ ପୋଲିସ ଅନୁଧ୍ୟାନ କରୁଛି। ଫରେନସିକ୍ ବିଶେଷଜ୍ଞମାନେ ବିସ୍ଫୋରକର ପ୍ରକାର ଏବଂ ଏହାର ତିଆରି ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି।

Disclaimer: This content has been automatically aggregated from television for informational purposes. To read the original article, please visit television.