Murder: ସ୍କ୍ରିପ୍ଟ ନେଇ ଯାଇଥିଲା ଅଭିଯୁକ୍ତ ନାବାଳକ, ପଢ଼ି ପଢ଼ି ଛୁରି ଭୁସି ହତ୍ୟା କଲା
ହତ୍ୟା କରିବା ପାଇଁ କାଗଜରେ ଲେଖା ହେଲା ହତ୍ୟାର ସଂଳାପ। ଘରେ ପଶି ଚୋରି କଲେ ଯଦି କେହି ଦେଖିଦେବ ତେବେ ତାକୁ ରାସ୍ତାରୁ ସଫା କରିଦିଆଯିବ। ଶେଷରେ ଯେତେବେଳେ ନାବାଳକ ଦୁର୍ବୃତ୍ତ ଜଣକ ଜଣେ ବ୍ୟକ୍ତିଙ୍କ ଘରେ ସତସତିକା ପଶି ଚୋରି କରିବାକୁ ଉଦ
ହତ୍ୟା କରିବା ପାଇଁ କାଗଜରେ ଲେଖା ହେଲା ହତ୍ୟାର ସଂଳାପ। ଘରେ ପଶି ଚୋରି କଲେ ଯଦି କେହି ଦେଖିଦେବ ତେବେ ତାକୁ ରାସ୍ତାରୁ ସଫା କରିଦିଆଯିବ। ଶେଷରେ ଯେତେବେଳେ ନାବାଳକ ଦୁର୍ବୃତ୍ତ ଜଣକ ଜଣେ ବ୍ୟକ୍ତିଙ୍କ ଘରେ ସତସତିକା ପଶି ଚୋରି କରିବାକୁ ଉଦ୍ୟମ କରି ଧରାପଡ଼ିଗଲା। ପ୍ରମାଣ ନଷ୍ଟ କରିବାକୁ ଯାଇ ସଂଳାପର ଲେଖା ଅନୁଯାୟୀ ପ୍ରତ୍ୟକ୍ଷଦର୍ଶୀଙ୍କୁ ଜୀବନରୁ ମାରିଦେଲା।
ଜଣେ ୧୦ ବର୍ଷର ନାବାଳିକାଙ୍କୁ ଛୁରି ଭୁସି ବୀଭତ୍ସ ଭାବେ ହତ୍ୟା କଲା ଆଉ ଜଣେ ନାବାଳକ। ଏଭଳି ବୀଭତ୍ସ ହତ୍ୟାକାଣ୍ଡର କୌଶଳ ନାବାଳକ ଅଭିଯୁକ୍ତ ଜଣକ ଓଟିଟି ପ୍ଲାଟଫର୍ମରେ ଏକ ଭିଡିଓରୁ ଶିଖିଥିଲା। ଯାହାକି ହାଇଦ୍ରାବାଦରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୂରା କାହାଣୀ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ।
ହାଇଦ୍ରାବାଦର କୁକଟପଲ୍ଲୀରେ ୧୦ ବର୍ଷୀୟ ଝିଅ ସହସ୍ରାଙ୍କୁ ହତ୍ୟା କରାଯାଇଛି। ଜଣେ ନାବାଳକ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଗଷ୍ଟ ୧୮ ତାରିଖରେ ସହସ୍ରାଙ୍କୁ ଛୁରି ଭୁସି ହତ୍ୟା କରିଥିଲା ଏହି ନାବାଳକ। ଦଶମ ଶ୍ରେଣୀରେ ପଢ଼ୁଥିବା ଅଭିଯୁକ୍ତ ନାବାଳକ ଏଭଳି କାଣ୍ଡ ଘଟାଇବା ପରେ ପୂରା ହାଇଦ୍ରାବାଦରେ ଆଲୋଡ଼ନ ସୃଷ୍ଟି ହୋଇଛି।
କାଗଜରେ ଲେଖିଲା ହତ୍ୟା କାହାଣୀ
ଜଣେ ନାବାଳକ ଚୋରି ଓ ହତ୍ୟାକାଣ୍ଡ ଘଟାଇବା ପାଇଁ କାଗଜରେ ଏକ ଯୋଜନା ପ୍ରସ୍ତୁତ କରିଥିଲା। ଚୋରି କିପରି କରିବ? ଯଦି କେହି ସେଠାରେ ଦେଖିଦେବ ତେବେ ପ୍ଲାନ୍ ‘ବି’ ଅନୁଯାୟୀ ତାଙ୍କୁ କିପରି ହତ୍ୟା କରାଯିବ, ଏସବୁ ସ୍କ୍ରିପ୍ଟରେ ଲେଖାଗଲା। ସ୍କ୍ରିପ୍ଟ ଅନୁଯାୟୀ, ନାବାଳକ ଜଣକ ସାଙ୍ଗରେ ଏକ ଛୁରୀ ମଧ୍ୟ ରଖିଥିଲା। ଏହାକୁ ବ୍ୟବହାର କରି ସେ ଅପରାଧ ଘଟାଇବାକୁ ଯୋଜନା କଲା।
ଛାତରୁ ଛାତ ଡେଇଁ ପଶିଲା
ସିସିଟିଭିରେ ଯେମିତି ଏହି ନାବାଳକର ଚେହେରା କଏଦ ନହୁଏ ସେଥିପାଇଁ ସେ ଗୋଟିଏ କୋଠାରୁ ଅନ୍ୟ କୋଠାକୁ ଡେଇଁ ଉପରୁ ତଳକୁ ସିଡି ରାସ୍ତାରେ ଘରକୁ ପଶିଲା। ଏହି ନାବାଳକ ଜଣକ ଏହି ଘରକୁ ପୂର୍ବରୁ ଆସିଥିଲା। ଘରର ଠାକୁର ଘରେ ଟଙ୍କା ଥିବା ଜାଣିଥିଲା। ସିଡି ରାସ୍ତାରେ ପହଞ୍ଚିବା ପରେ ସେ ସେଠାରୁ ୮୦ ହଜାର ଟଙ୍କା ଚୋରି କରିନେଇଥିଲା।
୧୮ ଥର ଛୁରି ଭୁସି ହତ୍ୟା
ସେ ଜାଣି ନଥିଲା ଯେ ଘରେ କେହି ଅଛନ୍ତି। ହଠାତ୍ ସହସ୍ରା ବାଥରୁମରୁ ବାହାରକୁ ଆସିଥିଲା। ନାବାଳକ ଜଣକ ଚୋରି କରି ଫେରୁଥିବା ବେଳେ ସେ ତାକୁ ଦେଖିଥିଲେ। ନାବାଳିକା ଜଣକ ତାକୁ ଧମକ ଦେଇଥିଲେ। ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଦେବେ ବୋଲି କହିଥିଲେ। ତେଣୁ ନାବାଳକ ଜଣକ ପୂର୍ବ ସ୍କ୍ରିପ୍ଟ ଅନୁଯାୟୀ ଯୋଜନା ‘ବି’ କାର୍ଯ୍ୟକାରୀ କଲା। ପ୍ରଥମେ ସହସ୍ରାଙ୍କୁ ଗଳାକାଟି ହତ୍ୟା କଲା। ତା'ପରେ ସେ ତାଙ୍କ ବେକ ଏବଂ ପେଟରେ ୧୮ ଥର ଛୁରି ଭୁସିଥିଲା। ସହସ୍ରାଙ୍କ ମୃତ୍ୟୁ ହୋଇଯିବା ପରେ ସେ ସେଠାରୁ ଚାଲିଯାଇଥିଲା।
ଘରେ ଥିବା ସେଇ ରକ୍ତଭିଜା ପୋଷାକ
ହତ୍ୟା କଲା ପରେ ନାବାଳକ ଜଣକ ଛାତ ଉପର ଦେଇ ଘରକୁ ଫେରିଥିଲା। ଘରେ ରକ୍ତ ଭିଜା ପୋଷାକ ଏବଂ ଛୁରୀ ଲୁଚାଇ ରଖିଥିଲା। ପୋଲିସ ଯେତେବେଳେ ନାବାଳକଙ୍କ ସମ୍ପର୍କରେ ସୂଚନା ପାଇଲା, ତା ଘରେ ଚଢ଼ଉ କରିଥିଲା। ତା ମାଆଙ୍କ ସାମନାରେ ଘର ଭିତରେ ଖୋଜାଖୋଜି ସମୟରେ ରକ୍ତ ଭିଜା ଛୁରି ଏବଂ ପୋଷାକ ଜବତ କରିଥିଲା।
ବାପାଙ୍କ ଛାତି ଫାଟିଗଲା
ସହସ୍ରାଙ୍କର ସେଦିନ ସ୍କୁଲରେ ଛୁଟି ଥିଲା। ତେଣୁ ସେ ଘରେ ଏକୁଟିଆ ଥିଲେ। ତାଙ୍କ ସାନ ଭାଇର ସ୍କୁଲ ଘର ନିକଟରେ ହୋଇଥିବାରୁ ମଧ୍ୟାହ୍ନ ଭୋଜନ ବାକ୍ସ ସହସ୍ରା ସ୍କୁଲରେ ଦେଇ ଆସିବାକୁ ପରିବାର ଲୋକେ କହିଥିଲେ। କିନ୍ତୁ ସ୍କୁଲରେ ଠିକ୍ ସମୟରେ ସାନ ଭାଇର ଖାଦ୍ୟ ପହଞ୍ଚିନଥିଲା। ସ୍କୁଲରୁ ସହସ୍ରାଙ୍କ ବାପାଙ୍କ ନିକଟକୁ ଫୋନ୍ ଆସିଥିଲା ଯେ ମଧ୍ୟାହ୍ନ ଭୋଜନ ବାକ୍ସ ଡେଲିଭରି ହୋଇନାହିଁ। ବାପା ଏକଥା ଜାଣିବା ପରେ ଦିନ ପ୍ରାୟ ୧୨ଟା ୩୦ରେ ଘରେ ପହଞ୍ଚିଥିଲେ। ସେତେବେଳକୁ ସହସ୍ରାଙ୍କ ଶବ ବିଛଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଓଟିଟିରୁ ଶିଖିଲା ଅପରାଧର ମାଷ୍ଟରପ୍ଲାନ
ଅଭିଯୁକ୍ତ ନାବାଳକର ମାଆ ଏକ ଛୋଟ ଦୋକାନ କରି ପରିବାର ଚଳାନ୍ତି। ବାପା ଜଣେ ନିଶାସକ୍ତ ବ୍ୟକ୍ତି। ବାପା ଘରର କୌଣସି ଦାୟିତ୍ବ ନିଅନ୍ତି ନାହିଁ। ନାବାଳକ ଜଣକ ସ୍କୁଲକୁ ବହୁ କଷ୍ଟରେ ଯାଏ। ସେ ଓଟିଟି ପ୍ଲାଟଫର୍ମ ଏବଂ ସୋସିଆଲ ମିଡିଆରେ ଅପରାଧ ବିଷୟବସ୍ତୁ ସମ୍ପର୍କରେ ଅନେକ ଭିଡିଓ ଦେଖୁଥିଲା। ସେଠୁ ସେ ଚୋରି ଏବଂ ହତ୍ୟା କରିବାର କୌଶଳ ଶିଖିଥିଲା। ସେ ନିଜ ପସନ୍ଦର ଜିନିଷ କିଣିବା ପାଇଁ ସବୁବେଳେ ଚାହୁଁଥିଲା। ତାଙ୍କ ମାଆ ତାକୁ ଟଙ୍କା ଦେଉନଥିଲେ। ଚୋରି କରି ଟଙ୍କା ରୋଜଗାର କଲେ ନିଜ ପସନ୍ଦର ସାମଗ୍ରୀ କିଣିପାରିବ ବୋଲି ସେ ଚିନ୍ତା କଲା। ଶେଷରେ ଏଭଳି ହତ୍ୟାକାଣ୍ଡ ଭଳି ପଦକ୍ଷେପ ନେଇଥିଲା।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
