Murder: ପସନ୍ଦ ଆସିଲାନି ଗିଫ୍ଟ; ମା’ ଓ ଝିଅଙ୍କୁ ବିଭତ୍ସ ହତ୍ୟା

ଯୋଗେଶ ସେହଗଲଙ୍କ ପୁଅର ଜନ୍ମଦିନରେ ଶ୍ବଶୁର ଘର ଲୋକେ ମନ ପସନ୍ଦର ଉପହାର ଦେଇ ନଥିବାରୁ ସେ ଅସନ୍ତୁଷ୍ଟ ଥିଲେ। ଯାହା ପରେ ରାଗରେ ହତ୍ୟା ଭଳି ଏକ ଘୃଣ୍ୟ ଅପରାଧ କରିବାକୁ ପଛାଇଲେ ନାହିଁ।

31 August 2025 03:35 PM IST
Murder: ପସନ୍ଦ ଆସିଲାନି ଗିଫ୍ଟ; ମା’ ଓ ଝିଅଙ୍କୁ ବିଭତ୍ସ ହତ୍ୟା

ଯୋଗେଶ ସେହଗଲଙ୍କ ପୁଅର ଜନ୍ମଦିନରେ ଶ୍ବଶୁର ଘର ଲୋକେ ମନ ପସନ୍ଦର ଉପହାର ଦେଇ ନଥିବାରୁ ସେ ଅସନ୍ତୁଷ୍ଟ ଥିଲେ। ଯାହା ପରେ ରାଗରେ ହତ୍ୟା ଭଳି ଏକ ଘୃଣ୍ୟ ଅପରାଧ କରିବାକୁ ପଛାଇଲେ ନାହିଁ।

ଦିଲ୍ଲୀର ରୋହିଣୀ ସେକ୍ଟର ୧୭ରେ ଜଣେ ମାଆ ଓ ତାଙ୍କ ଝିଅଙ୍କୁ କଇଁଞ୍ଚିରେ ଆକ୍ରମଣ କରି ହତ୍ୟା କରାଯାଇଛି। ହତ୍ୟାର ଅଭିଯୋଗ ଜ୍ବାଇଁ ଉପରେ ଲାଗିଛି। ଯିଏ ଘଟଣାକୁ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ପରେ ପୁଲିସ ତାଙ୍କୁ ଗିରଫ କରିଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

ଦିଲ୍ଲୀର ରୋହିଣୀ ସେକ୍ଟର ୧୭ରେ ୨୭ ବର୍ଷୀୟ ପ୍ରିୟା ଓ ୬୩ ବର୍ଷୀୟ କୁସୁମ ସିଂହଙ୍କୁ କଇଁଞ୍ଚିରେ ଆକ୍ରମଣ କରି ହତ୍ୟା କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ହତ୍ୟାର ଅଭିଯୋଗ ପ୍ରିୟାଙ୍କ ସ୍ବାମୀ ଯୋଗେଶ ସେହଗଲ ଉପରେ ଲାଗିଛି, ଯିଏ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ପରେ ପୁଲିସ ତାଙ୍କୁ ଗିରଫ କରିଛି। ପୁଲିସ ଲହି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଯୋଗେଶ ସେହଗଲଙ୍କୁ ଥାନା କେଏନକେ ମାର୍ଗ, ଜିଲ୍ଲା ରୋହିଣୀ ଟିମ୍ ଗିରଫ କରିଛି। ଘଟଣାସ୍ଥଳରୁ ତାର ରକ୍ତାକ୍ତ ପୋଷାକ ଓ ଏକ କଇଁଞ୍ଚି ଜବତ କରାଯାଇଛି।

ହତ୍ୟାର କାରଣ ପାରିବାରିକ କଳହ ଓ ପ୍ରାୟତଃ ହେଉଥିବା ଝଗଡ଼ା ବୋଲି କୁହାଯାଇଛି। ଖବର ଅନୁଯାୟୀ, ଗତ କିଛି ଦିନ ପୂର୍ବେ ଯୋଗେଶ ସେହଗଲଙ୍କ ପୁଅଙ୍କର ଜନ୍ମଦିନ ଥିଲା। କିନ୍ତୁ ତାଙ୍କ ଶ୍ୱଶୁର ଘର ଲୋକେ ଭଲ ଉପହାର ଦେଇ ନଥିଲେ। ତେଣୁ ସେ ଅସନ୍ତୁଷ୍ଟ ଥିଲେ। ଏହି ଘଟଣାକୁ ନେଇ ପ୍ରଥମେ ବଚସା ହୋଇଥିଲା। ଏହା ପରେ ସେ ଉଭୟଙ୍କୁ ହତ୍ୟା କରିଥିଲେ। ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଗତ କିଛି ସମୟ ଧରି ଉଭୟ ପରିବାର ମଧ୍ୟରେ ସମ୍ପର୍କ ଠିକ୍‌ ଚାଲି ନଥିଲା।

Disclaimer: This content has been automatically aggregated from television for informational purposes. To read the original article, please visit television.