Murder Breaking: ବାପାକୁ ପଥରେ ଛେଚି ହତ୍ୟା କଲା ପୁଅ, ପାରିବାରିକ କଳହରୁ ମାରିଥିବା ସନ୍ଦେହ
ଭୁବନେଶ୍ୱର ୨୮/୦୭: ରାଜଧାନୀରେ ପୁଣି ହତ୍ୟା। ବାପାକୁ ପଥର ଛେଚି ବିଭତ୍ସ ଭାବେ ହତ୍ୟା କଲା ପୁଅ l ପାରିବାରିକ କଳହ ଯୋଗୁ ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ। ଏଭଳି ଅଭାବନୀୟ ହତ୍ୟାକଣ୍ଡ ଘଟଣା ମଞ୍ଚେଶ୍ଵର ଥାନା ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ୍ ପାଖରେ ଘଟିଛି ।ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରୁ ବାପାଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି। ଏହା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି। ପିତୃହତ୍ୟାକାରୀ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ତେବେ କାହିଁକି ଏଭଳି ନୃଶଂସ ହତ୍ୟାକାଣ୍ଡ ଭିଆଇଲା ତାହାକୁ ନେଇ ଛାନ୍ଭିନ୍ ଚାଲିଛି।
ଅଧିକ ପଢ଼ନ୍ତୁ :- Crime News: ରାଜଧାନୀରେ ଚାଞ୍ଚଲ୍ୟ, ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ୱାମୀ, ଗଳା ଓ ହାତ ଶିରା କାଟି ପିଆଇଲା ବିଷ
ସେହିଭଳି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ମନାପାଲି ଗାଁରେ ସମାନ ଧରଣର ହତ୍ୟାକାଣ୍ଡ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାର ପ୍ରାଣବାୟୁ ଉଡିଯାଇଛି। ବାପାକୁ ହତ୍ୟା କରିଥିବା ଅଭିଯୁକ୍ତ ପୁଅ ଅଟକ ରଖି ତଦନ୍ତ ଚଳାଇଛି କୁଚିଣ୍ଡା ପୁଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।