Murder: ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ଫରେନ୍ସିକ୍ ତଦନ୍ତ ଜାରି

Jul 18, 2026 - 16:56
Murder: ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ଫରେନ୍ସିକ୍ ତଦନ୍ତ ଜାରି

"ଜମନକିରା (ରାଜେନ୍ଦ୍ର ନାୟକ): ସମ୍ବଲପୁର–ଦେବଗଡ଼ ୫୩ ନମ୍ବର ଜାତୀୟ ରାଜପଥର ବଡ଼ରମା ଘାଟି ପାହାଡ଼ ତଳୁ ଶନିବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଠାବ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ପ୍ରାଥମିକ ପରିସ୍ଥିତିକୁ ନେଇ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ପାହାଡ଼ ଉପରୁ ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ ପ୍ରକାଶ ପାଉଛି।

ତେବେ ଏହି ଦାବିର ସରକାରୀ ପୁଷ୍ଟି ହୋଇନଥିବାବେଳେ ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି।Advertisment ଖବର ପାଇ କୁଚିଣ୍ଡା ଏସଡିପିଓ ପ୍ରଦୀପ ଦାସଙ୍କ ନେତୃତ୍ୱରେ ଆଇଆଇସି ହାଡୁ ବେହେରା, ଜମନକିରା ଥାନା ଆଇଆଇସି ରଞ୍ଜନ ନାଗ ଓ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତିର ଯାଞ୍ଚ କରିଥିଲେ।

ପରେ ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛି।

ତଦନ୍ତ ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଓ ଆବଶ୍ୟକ ଫରେନ୍ସିକ୍ ପରୀକ୍ଷା ପାଇଁ ବୁର୍ଲା ଭୀମସାରକୁ ପଠାଯିବ ବୋଲି ଜଣାପଡ଼ିଛି।

SupremeCourt: "ସ୍ତନକୁ ଧରିବା ଦୁଷ୍କର୍ମ ଉଦ୍ୟମ ନୁହେଁ" ରାୟ ଉପରେ ପାଟନା ହାଇକୋର୍ଟଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା ସୂଚନା ଅନୁଯାୟୀ, ଘଟଣାର ପ୍ରାୟ ତିନି ଦିନ ପୂର୍ବରୁ କୁଚିଣ୍ଡା ଥାନାରେ ଜଣେ ମହିଳାଙ୍କ ନିଖୋଜ ସମ୍ପର୍କରେ ମାମଲା ରୁଜୁ ହୋଇଥିଲା।

ଉଦ୍ଧାର ହୋଇଥିବା ମୃତଦେହ ସେହି ନିଖୋଜ ମହିଳାଙ୍କର କି ନୁହେଁ, ସେନେଇ ପୁଲିସ ତଦନ୍ତ କରୁଛି।

ସ୍ଥାନୀୟ ସ୍ତରରେ ମହିଳାଙ୍କୁ ଅପହରଣ ପରେ ଗଣବଳାତ୍କାର କରି ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ, ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ ଏହାର କୌଣସି ଠୋସ ସୂଚନା ମିଳି ପାରିନାହିଁ।

ବ୍ୟବଚ୍ଛେଦ ରିପୋର୍ଟ ଓ ଫରେନ୍ସିକ୍ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ଶନିବାର ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ମୃତଦେହ ଘାଟି ତଳେ ପଡ଼ିରହିଥିବା ଦେଖିବାକୁ ମିଳିଥିଲା।

ଘଟଣା ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ଜାଣିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିଲା।

ଏହି ଘଟଣାକୁ ନେଇ ସମଗ୍ର କୁଚିଣ୍ଡା–ଜମନକିରା ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଥିବା ବେଳେ, ଦୋଷୀଙ୍କୁ ଶୀଘ୍ର ଗିରଫ କରି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।