Murder: ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ
"ପାଲଲହଡା: ପାଲଲହଡା ବ୍ଲକ ଖମାର ଥାନା କରଡ଼ାପାଳ ଗାଁରେ ଅଭାବନୀୟ ଘଟଣା।
ପଡ଼ୋଶୀ ଘର ଭିତରୁ ଆଜି ସକାଳେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ପରିବାର ଲୋକ l ହତ୍ୟା ସନ୍ଦେହ ଆଣିଛନ୍ତି ପରିବାର ଲୋକ, ମୃତ ଯୁବକ ହେଲେ ଧୀରେନ ବୋହିତା ।Advertisment ରାତିରେ ଘରକୁ ଫେରିନଥିଲେ ମୃତ ଯୁବକଙ୍କ ଭାଇ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଗାଁରେ ବାହାଘର ଥିଲା ଧୀରେନ ବାହାଘର ଭୋଜି ଖାଇ ରାତି ଆଠଟା ପର୍ଯ୍ୟନ୍ତ ଗାଁରେ ଏକ ବର ଗଛମୂଳ ପିଣ୍ଡିରେ ବସିଥିଲେ l ରାତିରେ ଆଉ ଘରକୁ ଫେରିନଥିଲେ ।
ସକାଳ ପରିବାର ଲୋକ ଗାଁର ପମ୍ପ ହାଉସ ନିକଟରେ ଥିବା ଏକ ବନ୍ଦ କୋଠରୀରୁ ଧୀରେନଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି l ତଦନ୍ତ ପାଇଁ ପରିବାର ପକ୍ଷରୁ ଖମାର ପୁଲିସକୁ ସୂଚନା ଦିଆଯାଇଛି।
ଧୀରେନଙ୍କୁ କିଏ ମାରି ଘରଭିତରେ ହତ୍ୟା କରି ପକେଇଦେଇଥିବାର ସନ୍ଦେହ ହେଉଛି l Jagatsinghpur Hospital: ମୋବାଇଲ ଫୋନ୍ ଆଲୁଅରେ ଫୋଡ଼ା ହେଲା ସାଲାଇନ୍, ଇଞ୍ଜେକସନ୍ "