Murder: ଟାଙ୍ଗିଆ ବେଣ୍ଟରେ ବାପର ଜୀବନ ନେଲା ପୁଅ
"କୁଚିଣ୍ଡା: ପୁଅର ମାଡ଼ରେ ବାପର ମୃତ୍ୟୁ।
ଏଭଳି ଅଭାବନୀୟ ଘଟଣା ଘଟିଛି କୁଚିଣ୍ଡା ଥାନା ଧୂଦିପାଲି ଗ୍ରାମ ପଂଚାୟତ ମାନପାଲି ଗ୍ରାମରେ।
ମୃତକ ହେଲେ ଧନେଶ୍ୱର ଭୋଇ (୬୫)।
ସୂଚନା ଅନୁଯାୟୀ, ଗତ ରାତିରେ ବାପ ପୁଅ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା।
ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ଗୋବିନ୍ଦ ଭୋଇ (୪୫) ଶୋଇଥିବା ବାପାକୁ ଟାଙ୍ଗିଆ ବେଣ୍ଟରେ ନିର୍ମମ ଭାବରେ ପିଟିଥିଲା।
ଏହାପରେ ରାତି ପ୍ରାୟ ୨ଟା ସମୟରେ ରକ୍ତାକ୍ତ ଅବସ୍ଥାରେ ଗୁରୁତର ବାପା ମୃତ ପିତା ଧନେଶ୍ୱର ଭୋଇଙ୍କୁ କୁଚିଣ୍ଡା ଡାକ୍ତରଖାନା ଅଣାଯାଇଥିଲା।Advertisment ମୋକଦ୍ଦମା ରୁଜୁ କରି ତଦନ୍ତ ଜାରି ଧନେଶ୍ୱର ଭୋଇଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ କୁଚିଣ୍ଡା ଡାକ୍ତରଖାନାରୁ ବୁର୍ଲା ଭିମସାର୍କୁ ପଠାଯାଇଥିଲା।
୧୦୮ ଆମ୍ବୁଲାନ୍ସରେ ବୁର୍ଲା ନେଇ ଯାଉଥିବା ସମୟରେ ଲାଇଡାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତଦେହ ଏବେ ଲାଇଡା ଡାକ୍ତରଖାନାରେ ରହିଛି।
ପୁଲିସ କୁଚିଣ୍ଡା ଥାନାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ କରୁଛନ୍ତି।Rain: ପାଣି ଘେରରେ ଗୁରୁଣ୍ଡିଆ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବ୍ଲକ କାର୍ଯ୍ୟାଳୟ, ଜନସାଧାରଣ ହନ୍ତସନ୍ତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।