Mumbai Train Horror: ରକ୍ତରେ ଭିଜିଲା ଟ୍ରେନ୍ ବଗି, ଗେଟ୍ ବନ୍ଦ କରିବାରୁ...

Jun 24, 2026 - 18:26
Mumbai Train Horror: ରକ୍ତରେ ଭିଜିଲା ଟ୍ରେନ୍ ବଗି, ଗେଟ୍ ବନ୍ଦ କରିବାରୁ...

ବିଭତ୍ସ, ଭୟଙ୍କର, ଲୋମଟାଙ୍କୁରା। ଚଳନ୍ତା ଟ୍ରେନରେ ଛୁରି ଭୁସି ହତ୍ୟା। ରକ୍ତରେ ଭିଜିଲା ଟ୍ରେନ୍ ବଗି। ଏଭଳି ଛାତିଥରା ଦୃଶ୍ୟ ଆସିଛି ମାୟାନଗରୀ ମୁମ୍ବାଇରୁ। ଲୋକାଲ୍ ଟ୍ରେନରେ ଯାତ୍ରା ବେଳେ ଯୁବକଙ୍କୁ ହତ୍ୟା କରିଛନ୍ତି ଆଉ ଜଣେ ଯାତ୍ରୀ। ଘଟଣା ଘଟିଛି ଅନ୍ଧେରୀ- ବୋରିବଲି ରୁଟ୍ ମଧ୍ୟରେ। ଚର୍ଚ୍ଚଗେଟ୍-ନାଲାସୋପାରା ଫାଷ୍ଟ୍ ଲୋକାଲ୍ ଟ୍ରେନର ପ୍ରଥମ ଶ୍ରେଣୀ ବଗିରେ ଘଟିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ। 

ବର୍ଷା ପାଇଁ ଟ୍ରେନର ଗେଟ୍ ବନ୍ଦ କରିବାକୁ ନେଇ ବଚସା ପରେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ଅନ୍ୟଜଣେ ଯାତ୍ରୀ। ଅଭିଯୁକ୍ତ ବୋରିବଲି ଷ୍ଟେସନରେ ପହଞ୍ଚିବା ବେଳକୁ ଫେରାର ମାରିଥିବା ଜଣାପଡିଛି। ମୃତକ ଜଣକ ହେଲେ ୨୨ ବର୍ଷୀୟ ଯୁବକ ମୟଙ୍କ ଲୋହାର। ଗୁରୁତର ଯୁବକଙ୍କୁ RPF ଏବଂ GRP ତୁରନ୍ତ ହସ୍ପିଟାଲକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡ ସମୟରେ କୋଚରେ ଉପସ୍ଥିତ ଯାତ୍ରୀମାନଙ୍କୁ ପଚରାଉଚରା କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି ରେଳବାଇ ପୋଲିସ ।